ପାକ୍‌ ଅନୁପ୍ରବେଶକାରୀଙ୍କ ଗୁଳିମାଡ଼ରେ ଏଲ୍‌ଓସିରେ ୨ ଯବାନ ସହିଦ

ଶ୍ରୀନଗର : ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା‌ ନିକଟରେ ଆଜି ପାକ୍‌ ଅନୁପ୍ରବେଶକାରୀଙ୍କ ଗୁଳିମାଡ଼ରେ ୨ ଜଣ ଯବାନ ସହିଦ ହୋଇ ଯାଇଛନ୍ତି। ପିଓକେ ଦେଇ କିଛି ଅନୁପ୍ରବେଶକାରୀ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଭାରତୀୟ ଯବାନ ଘଉଡ଼ାଇ ଦେଇଥିଲେ। ଏହାପରେ ନୌସେରା ସେକ୍ଟରରେ ବ୍ୟାପକ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ପୂର୍ବରୁ ସେଠାରେ ଲୁଚି ରହିଥିବା ୩ ଜଣ ଅନୁପ୍ରବେଶକାରୀଙ୍କ ଅତର୍କିତ ଗୁଳିମାଡ଼ରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଏଲ୍‌ଓସି ନିକଟରେ କିଛି ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଖବର ମିଳିବା ପରେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ‌୍ ଅପରେସନ୍‌ କରାଯାଇଥିଲା। ଏହି ସମୟରେ ଅନୁପ୍ରବେଶକାରୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ଦ୍ବାରା ମଧ୍ୟ ପାଲଟା ଜବାବ ଦିଆଯାଇଥିଲା। କିନ୍ତୁ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଜଣ ଯବାନ ସହିଦ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର