ଜମ୍ମୁ ଏୟାର ବେସ ଉପରେ ଡ୍ରୋନ୍ ବୋମା ଖସାଉଥିବାର ଦେଖିଥିଲେ ୨ ଯବାନ, ବୟାନ ରେକର୍ଡ କରିବ ଏନଆଇଏ

ଜମ୍ମୁ: ଜୁନ ୨୭ରେ ଜମ୍ମୁ ଏୟାର ବେସ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ଦୁଇ ପ୍ରତିରକ୍ଷା କର୍ମଚାରୀ ଜମ୍ମୁରେ ଥିବା ଭାରତୀୟ ବାୟୁସେନା ବେସ ଉପରେ ବିସ୍ଫୋରକ ପକାଇଥିବା ଡ୍ରୋନକୁ ଦେଖିଥିଲେ ବୋଲି ଜଣାପଡ଼ିଛି। କର୍ମଚାରୀଙ୍କ ମଧ୍ୟରେ ଜଣେ ଏୟାରମ୍ୟାନ୍ ଏବଂ ପ୍ରତିରକ୍ଷା ସୁରକ୍ଷା କର୍ପସ ସେଣ୍ଟ୍ରି ଅନ୍ତର୍ଭୁକ୍ତ |

ଆକ୍ରମଣ ସମୟରେ ଏୟାର ବେସର ପାରିପାର୍ଶ୍ୱରେ ଥିବା ୱାଚ୍ ଟାୱାରରେ ଡିଏସସି ସେଣ୍ଟ୍ରି ଗାର୍ଡ ଡ୍ୟୁଟିରେ ଥିଲେ। ଡିଏସସି ସେଣ୍ଟ୍ରିଙ୍କ ବ୍ୟତିତ ଏଟିସି (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍) ଟାୱାରରେ କାର୍ଯ୍ୟ କରୁଥିବା ଜଣେ ବିମାନ କର୍ମଚାରୀ ଆକ୍ରମଣ ଦିନ ବାୟୁସେନା ପରିସରରେ ଡ୍ରୋନ୍ ପ୍ରବେଶ କରୁଥିବା ଶୁଣିଥିଲେ। ଡ୍ରୋନର ଶବ୍ଦ ଫଟୋ କ୍ୟାପଚର ଏବଂ ଭିଡିଓ ରେକର୍ଡିଂ ପାଇଁ ବିବାହରେ ବ୍ୟବହୃତ ଡ୍ରୋନ୍ ଭଳି ଥିଲା ବୋଲି ବିମାନ କର୍ମଚାରୀ କହିଛନ୍ତି। ଏବେ ଏୟାରମ୍ୟାନ୍ ଏବଂ ପ୍ରତିରକ୍ଷା ସୁରକ୍ଷା କର୍ପସ ସେଣ୍ଟ୍ରିଙ୍କ ବୟାନ ତଦନ୍ତ କରୁଥିବା ଏଜେନ୍ସିଗୁଡ଼ିକୁ କେଉଁ ଦିଗରୁ ଡ୍ରୋନ୍ ଭିତରକୁ ପ୍ରବେଶ କରିଥିଲା, ତାହା ଜାଣିବାରେ ସାହାଯ୍ୟ କରିବ |

indiatoday.in

ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ବର୍ତ୍ତମାନ ଡ୍ରୋନ୍ ଆକ୍ରମଣ ସଂପର୍କରେ ଉଭୟ ଡିଏସସି ସେଣ୍ଟ୍ରି ଏବଂ ବାୟୁସେନାର ଏୟାରମ୍ୟାନଙ୍କ ବୟାନ ରେକର୍ଡ କରିବ। ଏହି ଘଟଣାର ଚାଲୁଥିବା ତଦନ୍ତର ନେତୃତ୍ୱ ଏନଆଇଏ ନେଇଥିବା ବେଳେ ଏହି ଆକ୍ରମଣ କିପରି କରାଯାଇଥିଲା ତାହାର ଅନୁସନ୍ଧାନ ପାଇଁ ଏକାଧିକ ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର