କାଞ୍ଚିପୁରମ୍‌ରେ ମନ୍ଦିର ନିକଟରେ ବିସ୍ଫୋରଣ; ଦୁଇ ମୃତ, ଚାରି ଆହତ

କାଞ୍ଚିପୁରମ୍‌: ରବିବାର ସନ୍ଧ୍ୟା ବେଳେ ତାମିଲନାଡୁର କାଞ୍ଚିପୁରମ ଅନ୍ତର୍ଗତ ତିରୁପୋରୁର୍‌ ଅଞ୍ଚଳର ମଣମତୀ ଗ୍ରାମସ୍ଥିତ ଗାଙ୍ଗୀ ଆମ୍ମାନ ମନ୍ଦିର ନିକଟରେ ବିସ୍ଫୋରଣ ଘଟି ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।

କାଞ୍ଚିପୁରମ୍‌ ପୁଲିସ କହିଛି ଯେ ନିକଟରେ ମନ୍ଦିରକୁ ପରିଷ୍କାର କରାଯାଇ କେତେକ ଜିନିଷ ଫିଙ୍ଗି ଦିଆଯାଇଥିଲା। ପୁଲିସ ଆହୁରି କହିଛି ଯେ କେତେକ ଲୋକ ସେଇ ଫିଙ୍ଗା ଯାଇଥିବା ଜିନିଷ ମଧ୍ୟରେ ଗୋଟାଏ ରହସ୍ୟମୟ ଜିନିଷ ଦେଖି ତାହାକୁ ଯାଞ୍ଚ କରିବାକୁ ଯାଇଥିଲେ। ସେଇଟିକୁ ଜବରଦସ୍ତି ଖୋଲିବାକୁ ଉଦ୍ୟମ କରିବା ସମୟରେ ବିସ୍ଫୋରଣ ଘଟିଥିଲା।

Image Source: The News Minute

ସେଇଟା କି, ପ୍ରକାରଣ ବିସ୍ଫୋରକ ତାହା ଜାଣିବାକୁ ବମ୍‌ ସ୍କ୍ଵାଡ୍‌ ତଦନ୍ତ ଚଳାଇଛନ୍ତି। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି: ମଣମତୀ ମନ୍ଦିର ନିକଟ ଗୋଟାଏ ପୁଷ୍କରିଣୀରୁ ପଙ୍କୋଦ୍ଧାର ହେବା ସମୟରେ ଶ୍ରମିକମାନେ ଗୋଟାଏ ଅଜଣା ଜିନିଷ ପାଇଥିଲେ। ସେମାନେ ଏହାକୁ ଖୋଲିବାକୁ ଉଦ୍ୟମ କରିବା ସମୟରେ ବିସ୍ଫୋରଣ ଘଟିବାରୁ କେ. ସୂର୍ଯ୍ୟ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର