ଦୁଇ ହତ୍ୟାକାରୀ ଚିହ୍ନଟ: ତଦନ୍ତ କରିବ ଏସ୍‌ଆଇଟି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜପୁତ କରନୀ ସେନାର ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଗତକାଲି ଜୟପୁରରେ ତାଙ୍କ ବାସଭବନରେ ଗୁଳିକରି ହତ୍ୟା କରାଯାଇଥିବା ବେଳେ ପୁଲିସ ଆଜି ଦୁଇ ହତ୍ୟାକାରୀଙ୍କୁ ଚିହ୍ନଟ କରିଛି। ଜଣେ ସୁଟର୍‌ ମକରାନାର ରୋହିତ ରାଠୋର ଏବଂ ଅନ୍ୟ ଜଣେ ହରିୟଣାର ମହେନ୍ଦ୍ରଗଡ଼ ନିବାସ ନୀତିନ ଫୌଜି ବୋଲି ପୁଲିସ ପ୍ରକାଶ କରିଛି। ଦୁଇ ଅଭିଯୁକ୍ତଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମଧ୍ୟ ଘୋଷଣା ହୋଇଛି। ନୀତିନ ସୁଖଦେବ ଗୋଗାମେଡିଙ୍କ ମୁଣ୍ଡକୁ ଗୁଳି ମାରିଥିଲା। ଏହି ହତ୍ୟାକାଣ୍ଡକୁ ନେଇ ରାଜସ୍ଥାନର ବିଭିନ୍ନ ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ରାଜସ୍ଥାନ ପୁଲିସ ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିଛି।

ସମ୍ବନ୍ଧିତ ଖବର