ପାଲଘର (ମହାରାଷ୍ଟ୍ର) : ମହାରାଷ୍ଟ୍ର ପାଲଘର ଜିଲ୍ଲାର ଏକ କାରଖାନାରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିରେ ୱାଦା ଶିଳ୍ପାଞ୍ଚଳରେ ଏହି ଘଟଣା ଘଟିଛି। ୨୭ ଏବଂ ୩୨ ବର୍ଷୀୟ ଦୁଇ ଯୁବକ ଏକ ରେଜିନ୍ କାରଖାନାରେ କାମ କରୁଥିଲେ। ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ସେମାନଙ୍କ ମଧ୍ୟରୁ ଜଣେ ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ ଏକ ରିଆକ୍ଟରରେ ପ୍ରବେଶ କରିଥିଲେ। ସେ ବାହାରକୁ ବାହାରି ନଥିଲେ। ଏହା ଦେଖି ତାଙ୍କ ସହକର୍ମୀ ରିଆକ୍ଟରରେ ପ୍ରବେଶ କରିଥିଲେ। ସେ ମଧ୍ୟ ସମାନ ଦଶାର ସମ୍ମୁଖୀନ ହୋଇଥିଲେ। ଅନ୍ୟ କର୍ମଚାରୀମାନେ ତୁରନ୍ତ ସେମାନଙ୍କୁ ରିଆକ୍ଟରରୁ ବାହାର କରି ୱାଦା ଗ୍ରାମୀଣ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp