ଗିନିଜ୍‌ ରେକର୍ଡ ହେବ ଅଯୋଧ୍ୟା ଦୀପାବଳି!

ଜଳିବ ଦୁଇ ଲକ୍ଷ ମାଟି ଦୀପ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥର ଅଯୋଧ୍ୟାରେ ହିଁ ଦୀପାବଳି ପାଳିବେ ବୋଲି ଜଣାଯାଇଛି। ଯୋଗୀଙ୍କ ଉପସ୍ଥିତିରେ ସମର୍ଥକ ଏବଂ ଶ୍ରଦ୍ଧାଳୁମାନେ ସେଠାରେ ଦୁଇ ଲକ୍ଷ ମାଟି ଦୀପ ଜାଳିବାର ବ୍ୟବସ୍ଥା ହୋଇଛି। ଏଭଳି ବୃହତ୍‌ ଦୀପଜଳା କାର୍ଯ୍ୟକ୍ରମ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇବ ବୋଲି ମଧ୍ୟ କୁହାଯାଉଛି। ତେବେ ଯୋଗୀଙ୍କର ଏଭଳି ଅଯୋଧ୍ୟାରେ ଦୀପାବଳି ପାଳିବା ସହ ବିବାଦୀୟ ରାମମନ୍ଦିର ନିର୍ମାଣ ସହ କୌଣସି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦଶ ହଜାର ବର୍ଷର ରାମାୟଣ ସହ ଅଯୋଧ୍ୟା ସହର ଜଡ଼ିତ। ରାମ ମନ୍ଦିର ନିର୍ମାଣ ଏକ ନିର୍ବାଚନୀ ପ୍ରସଙ୍ଗ। ଏହା ଏବେ ଅଦାଲତରେ ବିଚାରାଧୀନ। ଏ ସଂକ୍ରାନ୍ତରେ ସୁପ୍ରିମ କୋର୍ଟଙ୍କ ରାୟ ହିଁ ମାନିବାକୁ ହେବ ବୋଲି ସେ କହିଛନ୍ତି। ତେବେ, କେବଳ ଅଯୋଧ୍ୟା କାହିଁକି, ଉତ୍ତରପ୍ରଦେଶର ବିଭିନ୍ନ ସହରର ମଧ୍ୟ ଉନ୍ନତି ପାଇଁ ତାଙ୍କ ସରକାର ଚେଷ୍ଟିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର