ଶ୍ରୀନଗର : ଜମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାର ସୁରନ୍କୋଟ୍ଠାରେ ସୁରକ୍ଷା ବାହିନୀର ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହେବା ସହିତ ଜଣେ ଆତଙ୍କବାଦୀ ଜୀବିତ ଧରାପଡ଼ିଛି। ନିପାତ ହୋଇଥିବା ୨ ଆତଙ୍କବାଦୀ ଲସ୍କର-ଏ-ତୋଏବା ସଂଗଠନର ବୋଲି ଜଣାପଡ଼ିଛି। ଏମାନେ ଏଲ୍ଓସି ଦେଇ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ୩ ଦିନ ତଳେ ମଧ୍ୟ କେତେକ ଆତଙ୍କବାଦୀ ଦକ୍ଷିଣ କାଶ୍ମୀରର ସୋପିଆନ ଅଂଚଳରେ ମଧ୍ୟ ପ୍ରବେଶ କରିଥିଲେ।
୨ ଲସ୍କର ଆତଙ୍କବାଦୀ ନିପାତ, ଜଣେ ଜୀବିତ ଧରାପଡ଼ିଲା
/sambad/media/post_attachments/wp-content/uploads/2018/07/srinagar-kashmir-encounter-southern-district-shopian-soldiers_68bd30b0-8d59-11e8-a23e-bc16ac6b2c17.jpg)