ନିର୍ଦୟ ମାଡ଼ମାରି ମଧ୍ୟପ୍ରଦେଶର ୨ ମଦୁଆ ପୁଲିସ ନିଲମ୍ବିତ

ଭୋପାଳ: ଜଣେ ମଣିଷକୁ ନିର୍ଦୟ ଭାବେ ମାଡ଼ ମାରି ମଧ୍ୟପ୍ରଦେଶ ଛିନ୍ଦୱାରା ଜିଲ୍ଲାର ଦୁଇ ମଦୁଆ ପୁଲିସ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ପିପିଲିଆନାରାୟଣବାର ଥାନାର ଦୁଇ କନ୍‌ଷ୍ଟେବଳ କ୍ରିଷ୍ଣା ଡିଙ୍ଗ୍ରେ ଓ ଆଶିଷ ଗତକାଲି ରାତିରେ ଡ୍ୟୁଟି‌ରେ ଥିବା ବେଳେ ଜଣେ ବ୍ୟକ୍ତିକୁ ଆଖିବୁଜା ବାଡେଇଥିଲେ। ଦିହେଁ ନିଶାସକ୍ତ ଅବସ୍ଥାରେ ଥିଲେ। ମାଡ଼ ଖାଇଥିବା ବ୍ୟକ୍ତିଙ୍କ ନାନୁ ଜଣେ ରାଜମିସ୍ତ୍ରୀ। ରାତିରେ ଘରକୁ ଫେରୁଥିବାବେଳେ ନିଶାସକ୍ତ ଦୁଇ କନ୍‌ଷ୍ଟେବଳ ଏହି ବ୍ୟକ୍ତିକୁ ବାଡ଼ାଉଥିବାର ଭିଡ଼ିଓ ଭାଇରାଲ ହୋଇଛି। ସେଇ ଭିଡ଼ିଓ ଗଣମାଧ୍ୟମରେ ପ୍ରଚାର ହେବାପରେ ଛିନ୍ଦୱାରା ଏସ୍‌ପି ବିବେକ ଅଗ୍ରୱାଲ ୨ କନ୍‌ଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି। ଏହି କାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର