ପୁଞ୍ଚ୍: ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ସୀମା ଡେଇଁ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କୀ ଟଳିଥିବା ସୂଚନା ରହିଛି । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରାତି ତମାମ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ । ଗୁରୁବାର ସନ୍ଧ୍ୟା ସମୟରୁ ପୁଞ୍ଚ ସ୍ଥିତ ଏଲଓସି ନିକଟରେ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ଆତଙ୍କୀ ସୀମା ଡେଇଁ ଭାରତକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ଏହା ସୁରକ୍ଷାକର୍ମୀଙ୍କ ଦୃଷ୍ଟିରେ ପଡ଼ଥିଲା । ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳି ଚାଳନା କରିଥିବା ବେଳେ ସେନାର ଯବାନ ମାନେ ପାଲଟା ଗୁଳି ଚାଳନା କରିଥିଲେ।
ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ଆଉ କିଛି ସୀମାବର୍ତ୍ତୀ ଅଞ୍ଚଳରେ ଲୁଚିଥିବା ଆଶଙ୍କା କରାଯାଉଛି । ସମଗ୍ର ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରାଉ କରିବା ସହ ରାତି ତମାମ ସର୍ଚ୍ଚ ଅପରେସନ କରିଛନ୍ତି । ପାକିସ୍ତାନ ପଟୁ ଭାରତକୁ ବିଭିନ୍ନ ସମୟରେ ଆତଙ୍କୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସୁରକ୍ଷା ବାହିନୀର ଯବାନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/31/A03q898Qatpv54dydOMB.jpg)