ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର। ସୁରକ୍ଷା ବାହିନୀ ସହ ଆଜି ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ଯେଉଁମାନଙ୍କ ପରିଚୟ ମିଳିପାରିିନାହିଁ। ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଜିଲ୍ଲାର ଶ୍ରୀଗୁଫୱାରା ଅଞ୍ଚଳର ଶାଲଗୁଲ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
Hindustan Timesସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଏହି ଏନକାଉଣ୍ଟରରେ ଏ ପର୍ଯ୍ୟନ୍ତ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିହତ ଆତଙ୍କବାଦୀଙ୍କ ପରିଚୟ ଏବଂ ସେମାନେ କେଉଁ ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ଥିଲେ ତାହା ଠାବ କରିବାକୁ ତଦନ୍ତ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/t-39.jpg)