ଜମ୍ମୁ ଓ କଶ୍ମୀରର ଶୋପିଆଁରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଶନିବାର ଦିନ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ ଯୋଗୁଁ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଗହନ୍ଦ ଗାଁର ଏକ ବଗିଚା ଅଞ୍ଚଳରେ ସ୍ୱଳ୍ପ ସମୟ ଗୁଳି ବିନିମୟ ପରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା କଥା ଜଣେ ସରକାରୀ କର୍ମଚାରୀ କହିଛନ୍ତି। ସେମାନଙ୍କୀ ବାସ୍ତବ ପରିଚୟ ଓ ସେମାନେ କେଉଁ ସଙ୍ଗଠନର ତାହା ଖୋଜା ଚାଲିଛି।

କର୍ଡନ୍‌ ଓ ସର୍ଚ ଅଭିଯାନ ଚାଲିଥିବା ସମୟରେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ସମ୍ବନ୍ଧିତ ଖବର