ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଦୁଇଟି ପୃଥକ ଘଟଣାରେ ୨ ଜଣ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ବେଳେ ଅନ୍ୟ ଜଣେ ନାବାଳିକାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ଏହି ଦୁଇ ନାବାଳିକା ଆତ୍ମହତ୍ୟା ଘଟଣା ପୁଣି ଉତ୍ତରପ୍ରଦେଶରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରୁ ୨୩୭ କିଲୋମିଟର ଦୂର ଚିତ୍ରକୂଟ ଜିଲ୍ଲାରେ ଜଣେ ୧୪ ବର୍ଷୀୟ ଦଳିତ ନାବାଳିକା ଗତ ରାତିରେ ଆତ୍ମହତ୍ୟା କରିଛନ୍ତି।
ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଚଳିତମାସ ୮ ତାରିଖରେ କିଛି ଦୁର୍ବୃତ୍ତ ତାଙ୍କ ଝିଅଙ୍କ ସହ ଗଣଦୁଷ୍କର୍ମ କରିଥିଲେ ବୋଲି ଆତ୍ମହତ୍ୟା କରିଥିବା ନାବାଳିକାର ବାପା, ମା’ ଅଭିଯୋଗ କରିଛନ୍ତି। ଏହି ମାମଲାରେ ତଦନ୍ତରେ ଚରମ ଅବହେଳା ପାଇଁ ୨ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି। ସେହିଭଳି ଲକ୍ଷ୍ନୌଠାରୁ ୧୬୫ କିଲୋମିଟର ପ୍ରତାପଗଡ଼ ଜିଲ୍ଲାରେ ଅନ୍ୟ ଜଣେ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ୩ ଜଣ ବ୍ୟକ୍ତି ଉକ୍ତ ଛାତ୍ରୀଙ୍କୁ ଲଗାତାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବାରୁ ସେ ଏକ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/rape-1.jpg)