ଲକ୍ଷ୍ମୌ: ଉତ୍ତରପ୍ରଦେଶରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୨ମାସର ନବଜାତ ଘରେ ଶୋଇଥିବା ବେଳେ ମାଙ୍କଡ଼ ଉଠାଇ ନେଇ ତଳେ କଚାଡ଼ି ମାରି ଦେଇଛି। ଏଭଳି ଘଟଣା ପରେ ଗ୍ରାମରେ ଶୋକକୂଳ ପରିବେଶ ଦେଖା ଦେଇଥିବା ବେଳେ ନବଜାତ ଶିଶୁର ମା’ ନିଜ ପିଲାକୁ ହରାଇ ପାଗଳପ୍ରାୟ ହୋଇପଡ଼ିଛନ୍ତି।

Advertisment

ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ତିନ୍ଦବାରି ଥାନା ଛାପରରୁ ଆସିଛି। ଗ୍ରାମରେ ବସବାସ କରୁଥିବା ବିଶେଶ୍ବର ବର୍ମାଙ୍କ ୨ମାସର କନ୍ୟାଙ୍କୁ ମା’ ମଙ୍ଗବାର ଅଗଣାରେ ଝୁଲାଇ ଝୁଲାଇ ଶୋଇଦେବା ପରେ ତାକୁ ସେମିତି ଝୁଲଣାରେ ଛାଡ଼ି ଚାଲି ଆସିଥିଲେ। ଆଉ ଘର କାମରେ ବ୍ୟସ୍ତ ରହି ଯାଇଥିଲେ। ଏହି ସମୟରେ ଶିଶୁ ପାଖରେ କେହି ନଥିବା ଦେଖି ହଠାତ ଏକ ମାଙ୍କଡ଼ ଆସି ନବଜାତକୁ ନିଜସାଥୀରେ ଉଠାଇ ନେଇଥିଲା।

ଶିଶୁର କାନ୍ଦିବା ଶୁଣି ପରିବାରଲୋକେ ବାହାରକୁ ଆସି ଦେଖିଲା ବେଳକୁ ମାଙ୍କଡ଼ ହାତରେ ଥିଲା ନବଜାତ। ଏହାପରେ ସେମାନେ ମାଙ୍କଡ଼ ପାଖକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଭୟରେ ସେ ଶିଶୁକୁ ତଳକୁ ଫିଙ୍ଗି ଦେଇଥିଲା। ପରିବାରଲୋକେ ଶିଶୁକୁ ଉଦ୍ଧାର କରି ସଙ୍ଗେସଙ୍ଗେ ଡାକ୍ତରଙ୍କ ପାଖକୁ ନେଇଥିଲେ ହେଁ ସେଠାରେ ଡାକ୍ତର ନବଜାତକୁ ମୃତ ବୋଲି ଘୋଷଣା କରିଥିଲେ। ମୃତ ଶିଶୁକୁ ଧରି ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରଲୋକେ ଗ୍ରାମବାସୀଙ୍କ ସାହାଯ୍ୟରେ ନବଜାତର ଅନ୍ତିମ ସଂସ୍କାର କରିଥିଲେ।