କରୋନା ସଂକ୍ରମଣର ନିୟନ୍ତ୍ରଣ ପାଇଁ ସମସ୍ତ ଆବଦ୍ଧ ପରିସରରେ ସମାବେଶ ଉପରେ ୨ ମାସର ପ୍ରତିବନ୍ଧକ ଜରୁରୀ : ଲାନସେଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ସଂକ୍ରମଣ ହାର ରୋକିବା ପାଇଁ ଅତି କମରେ ଦୁଇମାସ ଆବଦ୍ଧ ପରିସରରେ ବା ଗୃହ କିଂବା ହଲ ମଧ୍ୟରେ ଜନ ସମାବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହେବା ଉଚିତ ବୋଲି କହିଛି ଲାନସେଟ । ଏହି ପଦକ୍ଷେପ ଭାରତରେ ସଂକ୍ରମଣର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରିବ ବୋଲି ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ଜର୍ଣ୍ଣାଲ୍ ଲାନସେଟର କୋଭିଡ-୧୯ ଭାରତ ଟାସ୍କ ଫୋର୍ସ ଏକ ରିପୋର୍ଟରେ ପ୍ରକାଶ କରିଛି।

ଲାନସେଟର କୋଭିଡ୍ ଟାସ୍କ ଫୋର୍ସ ଏହାର ରିପୋର୍ଟରେ ସଂକ୍ରମଣ ବୃଦ୍ଧି ପାଇଁ ଧାର୍ମିକ, ରାଜନୈତିକ ସମାବେଶ (ରାଜ୍ୟ ନିର୍ବାଚନ) ଏବଂ ସାମାଜିକ ସମାବେଶ (ବିବାହ , କ୍ରୀଡା ଉତ୍ସବ) କୁ ଦାୟୀ କରିଛି। ଏବେ ଏହି ସବୁ ସମାବେଶ ଅଧିକ ହେଉଥିବାରୁ ଲାନସେଟ୍ କୋଭିଡ୍-୧୯ ଭାରତ ଟାସ୍କ ଫୋର୍ସ ଆସନ୍ତା ଦୁଇ ମାସ ପାଇଁ ୧୦ରୁ ଅଧିକ ଲୋକ ସାମିଲ ହେଉଥିବା ସମାବେଶ ଉପରେ ଏକ ସାମୟିକ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦେଇଛି।

Two-month ban on all indoor gatherings to contain spread of Covid-19, recommends Lancet's India Task Force - Coronavirus Outbreak News
India Today

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ନିର୍ବାଚନ ଚାଲୁଥିବା ରାଜ୍ୟମାନଙ୍କରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉ ନାହିଁ। ନିର୍ବାଚନ ରାଲି ପାଇଁ ନିର୍ବାଚନ କମିସନ କୌଣସି ଗାଇଡଲାଇନ ତିଆରି କରିନାହାନ୍ତି। ଏହା ଫଳରେ ରାଲିରେ ହଜାର ହଜାର ଲୋକ ସାମିଲ ହେଉଥିବାରୁ ସଂକ୍ରମଣ ବଢ଼ୁଛି। ସେହିଭଳି ଉତ୍ତରାଖଣ୍ଡରେ ଚାଲୁଥିବା ମହା କୁମ୍ଭମେଳାରେ ଲୋକେ ସାମଜିକ ଦୂରତା ଭୁଲି ଗଙ୍ଗାରେ ବୁଡ଼ ପକାଉଛନ୍ତି। ଏହି ମେଳାରେ ସାମିଲ ହୋଇଥିବା ଅନେକ ବାବା ଏବଂ ଭକ୍ତ କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ମେଳାକୁ ଚାଲୁ ରଖାଯାଇଛି।

ସମ୍ବନ୍ଧିତ ଖବର