ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲା: ୨ମାସ ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ। ପର୍ଣ୍ଣ ବା ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇ ୨ମାସ ହେବ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି। ଆଜି ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ କହିଛନ୍ତି।

ରାଜ କୁନ୍ଦ୍ରାଙ୍କ କମ୍ପାନିର ଆଇଟି ମୁଖ୍ୟ ରିଆନ୍ ଥର୍ପେଙ୍କୁ ମଧ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଶ୍ଳୀଳ ଫିଲ୍ମ ତିଆରି ତଥା ବିତରଣକୁ ନେଇ ଚଳିତ ବର୍ଷ ଜୁଲାଇରେ ମୁମ୍ବାଇ ପୁଲିସ କ୍ରାଇମ ଶାଖା ଦ୍ୱାରା ଉଭୟ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେ ଗିରଫ ହୋଇଥିଲେ।

www.indiatoday.in

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରିରେ ମୁମ୍ବାଇର ମଡ ଅଞ୍ଚଳରେ ଥିବା ଏକ ବଙ୍ଗଳା ଉପରେ ଚଢ଼ାଉ ବେଳେ ଏହି ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା। ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ବଙ୍ଗଳା ଭିତରେ ଅଶ୍ଳୀଳ ଫିଲ୍ମର ସୁଟିଂ କରାଯାଉଛି। ପରେ ଏହି ଘଟଣାର ଅନୁସନ୍ଧାନ କରି ରାଜ କୁନ୍ଦ୍ରାଙ୍କ ସହଯୋଗୀ ଉମେଶ କାମତଙ୍କୁ ଗିରଫ କରାଯାଇଥିଲା। ଏହା ପରେ ପରେ ରାଜ କୁନ୍ଦ୍ରାଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ଜୁଲାଇରେ ଗିରଫ କରାଯାଇଥିଲା। ଏହାପୂର୍ବରୁ, କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରା, ରିଆନ୍ ଥର୍ପେ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ୧୪୬୭ ପୃଷ୍ଠାର ସପ୍ଲିମେଣ୍ଟାରି ଚାର୍ଜସିଟ୍ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର