କର୍ଣ୍ଣାଟକ ସଂକଟ : ବାଚସ୍ପତିଙ୍କୁ ଭେଟିଲେ ବିଜେପି ନେତା ୟେଦ୍ୟୁରପ୍ପା, ଆଉ ୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ବାଙ୍ଗାଲୁରୁ : କର୍ଣ୍ଣାଟକର ରାଜନୈତିକ ସଂକଟ ଦିନକୁ ଦିନ ଅଧିକ ଜଟିଳ ହେଉଛି । ଆଜି କଂଗ୍ରେସର ଆଉ ଦୁଇଜଣ ବିଧାୟକ ଏମଟିବି ନାଗରାଜ ଓ କେ.ସୁଧାକର ଇସ୍ତଫା ଦେଇଛନ୍ତି । ଫଳରେ ଇସ୍ତଫା ଦେଇଥିବା କଂଗ୍ରେସ-ଜେଡିଏସ ବିଧାୟକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ବିଜେପି ନେତା ବିଏସ.ୟେଦ୍ୟୁରାପ୍ପାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳ କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଭେଟି ବାଚସ୍ପତିଙ୍କ ବିରୋଧରେ ଫେରାଦ ହୋଇଛନ୍ତି ।

ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ବାଚସ୍ପତିଙ୍କୁ କହିବାକୁ ସେ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି । ବିଜେପିର ଏହି ପ୍ରତିନିଧିମଣ୍ଡଳ କିଛି ସମୟପୂର୍ବରୁ ବାଚସ୍ପତି ରମେଶ କୁମାରଙ୍କ ନିକଟରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ବାଚସ୍ପତି କହିଛନ୍ତି ଯେ ଆଇନ ତା ବାଟରେ ଯିବ । ସେ ଏପର୍ଯ୍ୟନ୍ତ କୌଣସି ବିଧାୟକଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି । ସେମାନଙ୍କୁ ନିଜର ପକ୍ଷ ରଖିବାକୁ ଜୁଲାଇ ୧୭ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ସେମାନଙ୍କ ଜବାବ ମିଳିବା ପରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ।

ସମ୍ବନ୍ଧିତ ଖବର