ନୂଆଦିଲ୍ଲୀ : ଓଡ଼ିଶାର ଚଣ୍ଡିଖୋଲ-ଜଗତପୁର-ଭୁବନେଶ୍ୱର ୬୧ କିମି ବିଶିଷ୍ଟ ୬ ଥାକିଆ ରାଜପଥ ଏବଂ ପାଣିକୋଇଲି-ରିମୋଲି ୧୦୬ କିମି ଦୀର୍ଘ ରାଜପଥ ଚଳିତ ମାସ ଶେଷ ସୁଦ୍ଧା ସରିବାର ସମ୍ଭାବନା ରହିଛି। ଦେଶର ୧୦୭ଟି ହାଇେଓ୍ଵ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହେଉଥିବା ନେଇ ଆଜି ଲୋକସଭାରେ ଉତ୍ତର ଦେଇ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ମନ୍ସୁଖ ଲାଲ୍ ମଣ୍ଡବୀୟ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବା ମୁତାବକ, ୨୦୧୧ ମସିହାରୁ ଚଣ୍ଡିଖୋଲ-ଜଗତପୁର-ଭୁବନେଶ୍ୱର ରାଜପଥ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚୁକ୍ତି ଅନୁସାରେ ୨୦୧୪ ସୁଦ୍ଧା ଏହା ଶେଷ ହେବା କଥା। ସେହିଭଳି ପାଣିକୋଇଲି-ରିମୋଲି ପ୍ରକଳ୍ପ କାର୍ଯ୍ୟ ୨୦୧୩ ମସିହା ମେ’ ମାସରେ ଆରମ୍ଭ ହୋଇଥିବା ବେଳେ ୨୦୧୫ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ଲାଗି ଚୁକ୍ତି ହୋଇଥିଲା ମନ୍ତ୍ରୀ କହିଛନ୍ତି।