ଚେନ୍ନାଇ: ଚାଇନାରେ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚ୍ଏମ୍ପିଭି) ଭୟଙ୍କର ରୂପ ଧାରଣ କରିଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହାର ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକରେ ୨ ଜଣ ଏବଂ ଗୁଜରାଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ଚେନ୍ନାଇରୁ ୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଏବେ ସାରା ଦେଶରେ ଏଚଏମପିଭିର ମୋଟ ୫ଟି ମାମଲା ରହିଛି ।
ତାମିଲନାଡୁର ଚେନ୍ନାଇ ସହରର ଦୁଇଟି ଭିନ୍ନ ଭିନ୍ନ ଡାକ୍ତରଖାନାରେ ଏହି ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାଗୁଡିକ ବିଷୟରେ ଅଧିକ ସୂଚନା ସାମ୍ନାକୁ ଆସିନାହିଁ ।
ତାମିଲନାଡୁର ଚେନ୍ନାଇ ସହରର ଦୁଇଟି ଭିନ୍ନ ଭିନ୍ନ ଡାକ୍ତରଖାନାରେ ଏହି ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାଗୁଡିକ ବିଷୟରେ ଅଧିକ ସୂଚନା ସାମ୍ନାକୁ ଆସିନାହିଁ । ସେପଟେ ଏଚଏମପିଭି କୁ ରୋକିବା ପାଇଁ କ'ଣ ପଦକ୍ଷେପ ନିଆଯିବ ଏବଂ ଏହାର ସଂକ୍ରମଣ ରୋକିବା ପାଇଁ କ'ଣ ସତର୍କତା ଅବଲମ୍ବନ କରାଯିବ ସେ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ବୈଠକ କରୁଛନ୍ତି ।
ଏହା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଥିଲେ ଯେ ଏହି ଭୂତାଣୁ ସାଧାରଣତଃ ଶୀତ ଋତୁରେ ଲୋକଙ୍କୁ ସଂକ୍ରମିତ କରିଥାଏ । ଚୀନରେ ଏଚଏମପିଭିର ବଢୁଥିବା ମାମଲା ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।