ଏଥର ସାହିତ୍ୟରେ ଦୁଇଟି ନୋବେଲ ପୁରସ୍କାର ଘୋଷଣା କରାଯିବ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଆଜି ସାହିତ୍ୟ ପାଇଁ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା କରାଯିବ । ତେବେ ଏବର୍ଷ କେବଳ ୨୦୧୯ ନୁହେଁ, ୨୦୧୮ ପାଇଁ ମଧ୍ୟ ଏହି ପୁରସ୍କାର ଘୋଷଣା କରାଯିବ । ଏହାର କାରଣ ହେଉଛି ଯୌନ କେଳେଙ୍କାରୀ ବିବାଦ ଯୋଗୁଁ ଗତ ବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇନଥିଲା ।

ଏହି ବିବାଦ ପଛରେ ଥିଲେ ସ୍ୱୀଡେନର ଲୋକପ୍ରିୟ ଫଟୋଗ୍ରାଫର ଜିନ-କ୍ଲଡ ଆରନୋଲ୍ଡ । ୨୦୧୭ରେ ତାଙ୍କ ବିରୋଧରେ ପ୍ରାୟ ୧୨ ଜଣ ମହିଳା ଯୌନ ଶୋଷଣ ଅଭିଯୋଗ କରିଥିଲେ । ଏହାକୁ ନେଇ ସେ ଦୁଇବର୍ଷ ଜେଲ ମଧ୍ୟ ଯାଇଥିଲେ । ତେବେ ନୋବେଲ ପୁରସ୍କାର ସହିତ ତାଙ୍କର ସଂପର୍କ କ’ଣ ? କଥା ହେଉଛି ସେ ନୋବେଲ ବିଜେତା ବାଛୁଥିବା ରୟାଲ ସ୍ୱୀଡିସ ଏକାଡେମୀର ସଦସ୍ୟା କାଟ୍ରିଆନା ଫୋଷ୍ଟେନସନଙ୍କ ସ୍ୱାମୀ । ଏହି ଦମ୍ପତ୍ତିଙ୍କ ଦ୍ୱାରା ପରିଚାଳିତ ଏକ ଆର୍ଟ କ୍ଲବକୁ ଏକାଡେମୀ ପାଣ୍ଠି ଯୋଗାଇଥିବା ଅଭିଯୋଗ ହୋଇଥିଲା । ଆହୁରି ମଧ୍ୟ ଆରନୋଲ୍ଡ କେତେକ ନୋବେଲ ବିଜେତାଙ୍କ ନାଁ ପ୍ରଘଟ କରିଦେଇଥିବା ଜଣାପଡିବା ପରେ ବିବାଦ ବଢିଥିଲା । ଏସବୁ କାରଣରୁ ଗତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯାଇନଥିଲା ।

ସମ୍ବନ୍ଧିତ ଖବର