ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ଅଶୋକ ହଲ୍ରେ ଆଜି ଅନୁଷ୍ଠିତ ପଦ୍ମ ପୁରସ୍କାର ବିତରଣ ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଦୁଇଜଣଙ୍କ ସମେତ ମୋଟ ୪୩ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ଦୁଇ ଓଡ଼ିଆ ହେଲେ ଖୋର୍ଦ୍ଧା ଜିଲ୍ଲାର ପ୍ରତିଷ୍ଠିତ ପଥର ଶିଳ୍ପୀ ପ୍ରଭାକର ମହାରଣା ଏବଂ କୋରାପୁଟର ହସ୍ତତନ୍ତ ଶିଳ୍ପୀ ତଥା ବିଶିଷ୍ଟ ବୁଣାକାର ଗୋବର୍ଦ୍ଧନ ପାଣିକା। ପଥର ଖୋଦେଇ ଓ ପଥର କାରୁକାର୍ଯ୍ୟରେ ନିପୁଣତା ପାଇଁ ପ୍ରଭାକର ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ବେଳେ କୋରାପୁଟ ଭଳି ଉପାନ୍ତ ଅଞ୍ଚଳର ବୁଣାକାର ଗୋବର୍ଦ୍ଧନ ନିଜର କୃତି ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରସିିଦ୍ଧି ଲାଭ କରିପାରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ଉତ୍ସବ ଏପ୍ରିଲ ୨ ତାରିଖରେ ଅନୁଷ୍ଠିତ ହେବ। ସେଥିରେ ଆଉ ୩ଜଣ ଓଡ଼ିଆ(ଚନ୍ଦ୍ର ଶେଖର ରଥଙ୍କୁ ମରଣୋତ୍ତର, ଭବାନୀ ଚରଣ ପଟ୍ଟନାୟକ ଓ ଶିଶିର ପୁରୁଷୋତ୍ତମ ମିଶ୍ର)ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବରିଷ୍ଠ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ।
ଦୁଇ ଓଡ଼ିଆଙ୍କୁ ପଦ୍ମଶ୍ରୀ ପ୍ରଦାନ
/sambad/media/post_attachments/wp-content/uploads/2018/03/prabhakar-maharana.jpg)
/sambad/media/agency_attachments/2024-07-24t043029592z-sambad-original.webp)