ନୂଆଦିଲ୍ଲୀ : ଛୁଟିରେ ପଠାଇ ଦିଆଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ କାର୍ଯ୍ୟକାଳ ଆସନ୍ତା ଫେବ୍ରୁଆରି ୧ ତାରିଖରେ ଶେଷ ହେବ। ବର୍ମାଙ୍କ କାର୍ଯ୍ୟକାଳ ପରେ କାହାକୁ ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ ରୂପେ ନିଯୁକ୍ତି କରାଯିବ ସେନେଇ ପ୍ରୟାସ ଆରମ୍ଭ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ୧୯୮୩, ୧୯୮୪ ଓ ୧୯୮୫ ବ୍ୟାଚ୍ର ବରିଷ୍ଠ ପୁଲିସ ଅଧିକାରୀଙ୍କ ୧୭ ଜଣିଆ ତାଲିକା ପ୍ରସ୍ତୁତ କରାଯାଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ତାଲିକାରେ ୧୯୮୫ ବ୍ୟାଚ୍ର ୨ ଜଣ ଓଡ଼ିଆ ଆଇପିଏସ୍ ଅଧିକାରୀଙ୍କ ନାମ ରହିଛି। ଏହି ଦୁଇ ଜଣ ଅଧିକାରୀ ହେଉଛନ୍ତି ବର୍ତ୍ତମାନର ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ ଓ କେରଳର ପୁଲିସ ମହାନିର୍ଦ୍ଦେଶକ ଲୋକନାଥ ବେହେରା।
ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ ତାଲିକାରେ ଓଡ଼ିଶାର ୨ ଆଇପିଏସ୍ ଅଧିକାରୀ
/sambad/media/post_attachments/wp-content/uploads/2018/12/cbi-logo.jpg)