ସାଇକେଲ ଚଳାଇ ଦୁଇ ଓଡ଼ିଆ ଦିଲ୍ଲୀ ପହଞ୍ଚିଲେ

ନୂଆଦିଲ୍ଲୀ : ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଦ୍ବାରା ବ୍ୟାରେଜ୍ ନିର୍ମାଣକୁ ବିରୋଧ କରି ଓଡ଼ିଶାର ଦୁଇ ଜଣ ଯୁବକ- କୃଷ୍ଣକାନ୍ତ ଷଡ଼ଙ୍ଗୀ ଓ ଶୁଭ୍ରଜିତ ବାରିକ ସାଇକେଲ ଚଲାଇ ଦିଲ୍ଲୀରେ ପହଞ୍ଚିଛନ୍ତି।। ଗତକାଲି ଏହି ଦୁଇ ଓଡ଼ିଆ ଯୁବକ ନଏଡ଼ା ପହଞ୍ଚିବା ପରେ ସେକ୍ଟର-୩୪ ରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଉଭୟ କୃଷ୍ଣକାନ୍ତ ଏବଂ ଶୁଭ୍ରଜିତଙ୍କ କହିବା‌ ଅନୁଯାୟୀ ସେମାନେ ଏକ ମିସନ୍‌ରେ ବାହାରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଛତିଶଗଡ଼ ଦ୍ବାରା ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଯୋଗୁଁ ଯେଉଁ ଅସୁବିଧା ହେଉଛି ସେ ସମ୍ପର୍କରେ ଅବଗତ କରାଇବା ସହ ସମସ୍ୟାର ସମାଧାନ ପାଇଁ ସେମାନେ ଅନୁରୋଧ କରିବେ। ଜୁଲାଇ ୧ରୁ ସେମାନେ ସାଇକେଲ ଯୋଗେ ଓଡ଼ିଶାରୁ ଦିଲ୍ଲୀ ଅଭିମୁଖେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର