ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇବେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇବେ ଦୁଇ ଜଣ ଓଡ଼ିଆ। ନେସ୍‌ଗିର୍ଗ ଲେଙ୍କା ଓ ଆୟୁଷ୍ମାନ ତ୍ରିପାଠୀ ନାମକ ୨ ଜଣ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର‌ ପ୍ରଦାନ କରାଯିବ।। ଚଳିତବର୍ଷ ନୂତନ ଉଦ୍ଭାବନ, ସମାଜସେବା, ମେଧାବୀ, କଳା ଓ ସଂସ୍କୃତି, କ୍ରୀଡ଼ା ଓ ସାହସିକତା ଭଳି ୬ଟି ଶ୍ରେଣୀରେ ୨୬ ଜଣ ଶିଶୁଙ୍କୁ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଁ ଚୟନ କରାଯାଇଛି। ନେସ୍‌ଗିର୍ଗ ଲେଙ୍କା ନୂତନ ଉଦ୍ଭାବନ ଏବଂ ଆୟୁଷ୍ମାନ ତ୍ରିପାଠୀ ମେଧାବୀ ଶ୍ରେଣୀରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଚଳିତ ୨୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉକ୍ତ ୨ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ବାଲ୍‌ ପୁରସ୍କାରରେ ସମ୍ମାନିତ କରିବେ। ୨୬ ଜଣ ପୁରସ୍କୃତ ବାଳକ ବାଳିକାମାନେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବେ।

ସମ୍ବନ୍ଧିତ ଖବର