କ୍ୟାପିଟାଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ସମ୍ମାନିତ ହେଲେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ : କ୍ୟାପିଟାଲ୍‌ ଫାଉଣ୍ଡେସନ୍‌ ସୋସାଇଟି ପକ୍ଷରୁ ନ୍ୟାସନାଲ ଆୱାର୍ଡରେ ପୁରସ୍କୃତ ୧୫ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଦୁଇ ଓଡ଼ିଆ। ସେମାନେ ହେଲେ ଡା. ଜୟଚନ୍ଦ୍ର ଦାସ ଓ ପ୍ରଜ୍ଞାସେନୀ ପ୍ରଧାନ। ଓଡ଼ିଶାର ପିପିଲିସ୍ଥିତ ନୂଆଶାସନର ବାସିନ୍ଦା ଡା. ଦାସ ଜଣେ ଜଣାଶୁଣା ଚକ୍ଷୁ ରୋଗ ବିଶେଷଜ୍ଞ।

ଦିଲ୍ଲୀର ବିଭିନ୍ନ ପ୍ରତିଷ୍ଠିତ ହସ୍‌ପିଟାଲମାନଙ୍କରେ ସେ ଚକ୍ଷୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି। ସେହି ଭଳି ପ୍ରଜ୍ଞାସେନୀ କଟକ ଶିଶୁ ଯତ୍ନ ସଂସ୍ଥାନର ଅଧୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଦିବ୍ୟାଙ୍ଗ, ଦୃଷ୍ଟିବାଧିତ, ମୂକ ଓ ବଧିର ଶିଶୁମାନଙ୍କ ଯତ୍ନ ନେବା ତଥା ଥଇଥାନ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏମାନେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର