୨ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ବ

ନୂଆଦିଲ୍ଲୀ : ୧୯୯୦ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ତଥା କେନ୍ଦ୍ର କେମିକାଲ୍‌ସ ଓ ପେଟ୍ରୋକେମିକାଲ୍‌ସ ବିଭାଗ ସଚିବ ଆରତି ଆହୁଜାଙ୍କୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ସଚିବ ଭାବେ ନିଯୁକ୍ତି ମିଳିଛି। ସେହି ଭଳି ୧୯୯୦ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ତଥା କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବିତରଣ ମନ୍ତ୍ରାଳୟର ଅତିରିକ୍ତ ସଚିବ ଓ ଆର୍ଥିକ ଉପଦେଷ୍ଟା ଜି. ଶ୍ରୀନିବାସଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାର ଅମଲାତନ୍ତ୍ରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବିଭିନ୍ନ ମନ୍ତ୍ରାଳୟରେ ୧୨ ନୂଆ ସଚିବଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର