ଗୁପ୍ତଚରଗିରି କରି ଧରାପଡ଼ିଲେ ପାକଦୂତାବାସର ୨ କର୍ମଚାରୀ, ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାକିସ୍ତାନ ନିଜର ଖରାପ ଅଭ୍ୟାସ କେବେ ବି ବଦଳାଇପାରିବ ନାହିଁ । ଏହା ପୁଣି ଥରେ ପ୍ରମାଣିତ ହୋଇଛି । ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସର ୨ ଜଣ କର୍ମଚାରୀ ଗୁପ୍ତଚରଗିରି କରି ଧରାପଡ଼ିଛନ୍ତି । ଏହି ଦୁଇ କର୍ମଚାରୀ ଆବିଦ ହୁସେନ ଓ ତାହିର ହୁସେନ ବୋଲି ଜଣାପଡ଼ିଛି । ଉଭୟ ପାକିସ୍ତାନ ଉଚ୍ଚାୟୋଗର ଭିସା ବିଭାଗରେ କାର୍ଯ୍ୟରତ ଅଛନ୍ତି ।

ଉଭୟ ଆବିଦ ଓ ତାହିରଙ୍କୁ ଭାରତ ଛାଡ଼ି ଚାଲିଯିବାକୁ ବୈଦେଶିକ ମନ୍ତ୍ରାଳୟ ତରଫରୁ ନିର୍ଦେଶ ଦିଆଯାଇଛି । ଭାରତ ବିରୋଧୀ କାମ କରୁଥିବା ବେଳେ ଉଭୟ ଆବିଦ ଓ ତାହିର ଧରାପଡ଼ିଛନ୍ତି । ଏମାନେ ଦିଲ୍ଲୀର ରାଜରାସ୍ତାରେ ଖୋଲାଖୋଲି ବୁଲୁଥିଲେ । ନିଜକୁ ଭାରତୀୟ ବୋଲି ପରିଚୟ ଦେଉଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ସରକାର ଉଭୟଙ୍କୁ ପର୍ସନ ନନ-ଗ୍ରେଟା ଘୋଷିତ କରିବ । ଏହି ଆଧାରରେ ଉଭୟଙ୍କୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିଜ ଦେଶକୁ ଫେରିଯିବାକୁ ପଡ଼ିବ । ଗତ ଥର ଏଭଳି ଘଟଣା ୨୦୧୬ରେ ହୋଇଥିଲା ।

ସମ୍ବନ୍ଧିତ ଖବର