ଅମରାବତୀ: ତିରୁପତି ମନ୍ଦିର ଦଳାଚକଟା ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଆଜି ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ଏହି ଘଟଣାରେ ୨ ଜଣ ଅଫିସରଙ୍କୁ ନିଲମ୍ବନ କରାଯାଇଛି ।  ନାଇଡ଼ୁ ଆଜି ସକାଳେ ଅନ୍ୟ ମନ୍ତ୍ରୀ ଏବଂ ଟିଟିଡି ଅଧିକାରୀଙ୍କ ସହ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଆଜି ସନ୍ଧ୍ୟା‌‌ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନାଇଡ଼ୁ କହିଛନ୍ତି, ‘‘ତିରୁପତିରେ ପରିଚାଳନା ବ୍ୟବସ୍ଥାରେ ମୁଁ କିଛି ତ୍ରୁଟି ‌‌ଦେଖିଲି ।  ୨ ଜଣ ଅଧିକାରୀ ଠିକ୍‌ଭାବେ ସେମାନଙ୍କ କାର୍ୟ୍ୟ ସମ୍ପାଦନ କରିନଥିବାରୁ ନିଲମ୍ବିତ ହୋଇଛନ୍ତି।’’

Advertisment

ତିରୁପତି ଏସ୍‌ପି , ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ)ର କାର୍ୟ୍ୟନିର୍ବାହୀ ଅଫିସର ଏବଂ ଅନ୍ୟ ଅଧିକାରୀମାନେ ବଦଳି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ  କହିଛନ୍ତି, ସେ ଉକ୍ତ ଘଟଣା ପାଇଁ ମର୍ମାହତ । ମୃତକଙ୍କ ପରିବାର ସଦସ୍ୟଙ୍କୁ ସେ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।  ୩୩ ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ  ଆର୍ଥିକ ସହାୟତା ‌ଘୋଷଣା କରାଯାଇଛି ।  ବୈକୁଣ୍ଠ ଦ୍ବାର ଦର୍ଶନ ଟିକେଟ୍‌ କେନ୍ଦ୍ରରେ ଗତକାଲି ଶ୍ରଦ୍ଧାଳୁଙ୍କର ଲମ୍ବା ଲାଇନ୍‌ ଲାଗିଥିଲା। ରାତିରେ ଭିଡ଼ ଅସମ୍ଭବ ଭାବେ ବୃଦ୍ଧି ପାଇବାରୁ  ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା।