ସୁପ୍ରିମକୋର୍ଟଙ୍କ ଆମିକସକ୍ୟୁରି ତାଲିକାରେ ଦୁଇ ଓଡ଼ିଆ ଆଇନଜୀବୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୦୨୦ ଏପ୍ରିଲ ୧ ତାରିଖରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ କୋର୍ଟଙ୍କୁ ସହଯୋଗ କରିବା ପାଇଁ ଆମିକସକ୍ୟୁରି ତାଲିକା ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ଶ୍ରେଣୀରେ ୧୧ ଜଣ ଆମିକସକ୍ୟୁରି ତାଲିକାରେ ସାମିଲ କରାଯାଇଥିବା ବେଳେ ସୁପ୍ରିମକୋର୍ଟର ଆଡଭୋକେଟ୍‌ ଅନ୍‌-ରେକର୍ଡ ଶ୍ରେଣୀରେ ୭୭ ଜଣଙ୍କୁ ତାଲିକାଭୁକ୍ତ କରାଯାଇଛି। ବରିଷ୍ଠ ଆଇନଜୀବୀ ଶ୍ରେଣୀରେ କୌଣସି ଓଡ଼ିଆ ଆଇନଜୀବୀ ସ୍ଥାନ ପାଇଚନଥିବା ବେଳେ ଆଡ୍‌ଭୋକେଟ୍‌ ଅନ୍‌-ରେକର୍ଡ ଶ୍ରେଣୀରେ ଦୁଇ ଜଣ ଓଡ଼ିଆ ଆଇନଜୀବୀ ସ୍ଥାନ ପାଇଛନ୍ତି। ସ୍ଥାନ ପାଇଥିବା ଦୁଇ ଜଣ ଓଡ଼ିଆ ଆଇନଜୀବୀ ହେଲେ ଶିବଶଙ୍କର ମିଶ୍ର ଓ ଅଶୋକ ପାଣିଗ୍ରାହୀ। ସୁପ୍ରିମକୋର୍ଟରେ ଶିବଶଙ୍କର ମିଶ୍ର ମାମଲା ପରିଚାଳନା କରୁଛନ୍ତି। ଅପରପକ୍ଷେ ଅଶୋକ ପାଣିଗ୍ରାହୀ ମଧ୍ୟ ଦୀର୍ଘ ଦିନରୁ ଓକିଲାତି କରୁଛନ୍ତି।

ସମ୍ବନ୍ଧିତ ଖବର