ନୂଆଦିଲ୍ଲୀ : ବୁଧବାର ଦ୍ବିପ୍ରହରେ ରାଜସ୍ଥାନର ଅନୁପଗଡ଼ ସେକ୍ଟର ନିକଟ ଆନ୍ତର୍ଜାତିକ ସୀମାରେ ଭାରତ ପଟକୁ ଅନୁପ୍ରବେଶ କରୁଥିବା ଦୁଇ ଜଣ ପାକିସ୍ତାନୀ ନିଶାବେପାରୀଙ୍କର ସୀମା ସୁରକ୍ଷା ବଳ ଯବାନଙ୍କ ଗୁଳିରେ ମୃତ୍ୟୁ ଘଟିଛି। ସେମାନଙ୍କ ଠାରୁ ୮ କେଜି ଓଜନର ପାଞ୍ଚ ପ୍ୟାକେଟ୍ ହେରୋଇନ୍, ଦୂରବୀକ୍ଷଣ ଯନ୍ତ୍ର ଓ ଦୁଇଟି ପିସ୍ତଲ ଉଦ୍ଧାର ହୋଇଛି। ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ପାକିସ୍ତାନୀ ନିଶାଚାଲାଣକାରୀ ଦ୍ବୟ ସଂପୃକ୍ତ ହେରୋଇନ୍ ପ୍ୟାକେଟ୍ଗୁଡ଼ିକୁ ତାରବାଡ଼ ଏପଟକୁ ଫିଙ୍ଗି ଦେଇ ଭାରତୀୟ ସୀମା ଡେଇଁ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଭାରତୀୟ ଯବାନମାନେ ସେମାନଙ୍କୁ ସତର୍କ କରାଇବାରେ ସେମାନେ ଖସି ପଳାଇ ଯିବାକୁ ଉଦ୍ୟତ ହେବାରୁ ଯବାନଙ୍କ ଗୁଳିର ଶିକାର ହୋଇଥିଲେ। ଜଣଙ୍କର ପରିଚୟପତ୍ରରୁ ସେ ସାହବାଜ ଅଲି ବୋଲି ଜଣାଯାଇଛି। ଏ ସମ୍ପର୍କରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ବେ ସେମାନେ ଶବ ନେବାକୁ ମନା କରିଦେବାରୁ ବିଏସ୍ଏଫ୍ ଯବାନମାନେ ଶବକୁ ସଂପୃକ୍ତ ଇଲାକାରେ ପୋତି ଦେଇଛନ୍ତି।
ଦୁଇ ପାକିସ୍ତାନୀ ନିଶାବେପାରୀ ନିହତ, ୮ କେଜି ହେରୋଇନ୍ ସହ ପିସ୍ତଲ ଜବତ
/sambad/media/post_attachments/wp-content/uploads/2020/09/Pakistan_smugglers_rajasthan_drugs_arms.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)