କାଶ୍ମୀର ଭାରତର ବୋଲି ଦର୍ଶାଇ ୨ ପାକ୍‌ ସାମ୍ବାଦିକ ବହିଷ୍କୃତ

ଇସଲାମାବାଦ୍: ପାକିସ୍ତାନର ପିଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ର ୨ ଜଣ ସାମ୍ବାଦିକ କାଶ୍ମୀର ଭାରତର ଅଂଶ ଥିବା ନେଇ ଏକ ‘ମ୍ୟାପ୍‌’ ପ୍ରସାରଣ କରିଥିବାରୁ ବହିଷ୍କୃତ ହୋଇଛନ୍ତି। ଜୁନ୍‌ ୬ ତାରିଖର ଏହି ପ୍ରସଙ୍ଗ ଉପରେ ୮ ତାରିଖ ଦିନ ସଂସଦରେ ଆଲୋଚନା ହୋଇଥିଲା। ସିନେଟ୍‌ ଅଧ୍ୟକ୍ଷ ଉକ୍ତ ପ୍ରସଙ୍ଗକୁ ସୂଚନା ଏବଂ ପ୍ରସାରଣ ଷ୍ଟାଣ୍ଡିଂ କମିଟିକୁ ଦେବାସହ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ତେବେ ପିଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ଉକ୍ତ ଘଟଣା ପାଇଁ ୨ ଜଣଙ୍କୁ ବହିଷ୍କୃତ କରିଛି।

ଉକ୍ତ ଘଟଣାର ତଦନ୍ତ ପାଇଁ ଏକ୍‌ ଏ କମିଟି ଗଠନ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖ‌ଯୋଗ୍ୟ ପିଓକେ ଏବଂ ଅକ୍ସାଇ ଚୀନ୍‌ ଭାରତର ଜମ୍ମୁ କାଶ୍ମୀରର ଅଂଶ ବିଶେଷ ବୋଲି ଭାରତ ଦାବି କରି ଆସିଛି ଏବଂ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି କହିଛି। କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ତୁଟି ନଥିବାବେଳେ ଏଭଳି ସ୍ଥଳେ ପାକିସ୍ତାନ ନ୍ୟୁଜ୍‌ ଚ୍ୟାନେଲ୍‌ରେ କାଶ୍ମୀର ଭାରତର ଅଂଶ ଥିବା ଏକ ମ୍ୟାପ୍‌ ପ୍ରସାରିତ ହୋଇଛି।

ସମ୍ବନ୍ଧିତ ଖବର