୩ମାସ ପୂର୍ବରୁ ବିବାହ ହୋଇଥିବା ଦମ୍ପତ୍ତି ବିଦେଶ ଯିବାକୁ ହେଉଥିଲେ ପ୍ରସ୍ତୁତ, ସଡ଼କ ଦୁର୍ଘଟଣାରେ ଉଡିଗଲା ପ୍ରାଣବାୟୁ

ଶିବପୁରୀ: ଏବି ରୋଡସ୍ଥିତ ବିନାଗଞ୍ଜ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ସିଧା ଏକ ନିର୍ମାଣଧୀନ ଘରେ ଯାଇ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ଜଣେ ପୁରୁଷଙ୍କର ବି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ କାରରେ ମୃତଦୁଇ ଜଣଙ୍କ ବ୍ୟତୀତ ଅନ୍ୟ ୮ଜଣଙ୍କ ଥିବା ଜଣାପଡ଼ିଥିଲା। ଏମାନେ ସମସ୍ତେ ଶିବପୁରୀରେ ବସବାସ କରୁଥିବା ସୂଚନା ମିଳିଛି। ଉଜ୍ଜେନ୍‌ରୁ ମହାକାଳର ଦର୍ଶନ ସାରି କରି ଫେରୁଥିବା ସମୟରେ ଗତ ବୁଧବାର-ଗୁରୁବାର ରାତିରେ ୧.୩୦ରେ କାର୍‌ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି କାର୍‌ ଚଳାଉଥିବା ମୃତକ ନମନ ଅଗ୍ରଓ୍ଵାଲ ଜଣେ କପଡ଼ା ବ୍ୟବସାୟୀ। ତାଙ୍କର ତିନିମାସ ପୂର୍ବେ ବିବାହ ହୋଇଥିଲା। ସେହିପରି ଶିବପୁରୀରେ ଜଣେ ପେଣ୍ଟିଂ ପ୍ରେସ୍‌ ଚଳାଉଥିବା ଚିରଗ ମିତ୍ତଲଙ୍କ ପତ୍ନୀ କଳ୍ପନାଙ୍କ ଚିକିତ୍ସାଧୀନ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ନମନ ଅଗ୍ରଓ୍ଵାଲ ତାଙ୍କ ପତ୍ନୀ ଡୋଲି ଓ ଚିରାଗ ମିତ୍ତଲ ଓ ତାଙ୍କ ପତ୍ନୀ କଳ୍ପନା ଝିଅ ଭାନି ତଥା ଅଙ୍କୁଲ ସହଗଲ ତାଙ୍କ ପତ୍ନୀ ପଲକ ପୁଅ ଲବିତ ଏହି କାର୍‌ ଯୋଗେ ଯାତ୍ରା କରୁଥିଲେ। ଚିରାଗଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ତାଙ୍କୁ ଗେ୍ଵାଲିୟରରେ ଭର୍ତ୍ତି କରାଯାଇଛି। ସେହିପରି ଅଙ୍କୁଲ ସହଗଲ ଓ ତାଙ୍କ ପତ୍ନୀ ପଲକଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିଲା ସେଠାରେ ଏହା ମୋଡ ଥିଲା। କାର ଚଳାଉଥିବା ନମନଙ୍କୁ ଏକ ମୋଡ ଦେଖା ଯାଇ ନଥିଲା। ଫଳରେ ସେ ଗାଡ଼ିକୁ ସିଧା ନେଇ ଯାଇଥିଲେ। ଶେଷ ମୁହୂର୍ତ୍ତରେ ସେ ଗାଡ଼ିକୁ ସମ୍ଭାଳିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲେ।

ସମ୍ବନ୍ଧିତ ଖବର