ମସ୍କୋ,: ମାସ୍କ ପିନ୍ଧିବାକୁ କୁହାଯିବା ପରେ ରୁଷିଆର ମସ୍କୋରେ ଥିବା ଏକ ସରକାରୀ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତି ଗୁଳିମାଡ଼ କରିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ମସ୍କୋ ମେୟର ସରୋଜ ସୋବିୟାନିନ ଟ୍ବିଟ୍‌ କରି କହିଛନ୍ତି।

Advertisment

ଆକ୍ରମଣକାରୀ କିମ୍ବା ତାଙ୍କର ସମ୍ଭାବ୍ୟ ଉଦ୍ଦେଶ୍ୟ ବିଷୟରେ ସୋବିୟାନିନ୍ କୌଣସି ବିବରଣୀ ଦେଇ ନାହାଁନ୍ତି। କେବଳ ଏହି ଘଟଣା ସହରର ଦକ୍ଷିଣ ପୂର୍ବରେ ଘଟିଛି ବୋଲି ସେ କହିଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୧୦ ବର୍ଷର ନାବାଳିକା ଅଛି। ଆହତମାନଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ବୋଲି ମେୟର କହିଛନ୍ତି।

ସୂଚନାଯୋଗ୍ୟ, ମ୍ୟୁନିସିପାଲିଟି ସେବା କେନ୍ଦ୍ର ପରି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ। ଏଠାରେ ଲୋକମାନେ ପାସପୋର୍ଟ ପାଇଁ ଆବେଦନ କରନ୍ତି, ରିଅଲ୍ ଇଷ୍ଟେଟ୍ ଡକ୍ୟୁମେଣ୍ଟ୍ ପାଆନ୍ତି ଏବଂ ଅନ୍ୟାନ୍ୟ ଅମଲାତାନ୍ତ୍ରିକ କାର୍ଯ୍ୟରେ ସାହାଯ୍ୟ ପାଆନ୍ତି। ବିନା ମାସ୍କରେ ଏଠାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବାରୁ ସେ ପକେଟ୍‌ରୁ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଦୋଷୀ ସାବ୍ୟସ୍ତ ହେଲେ ଆକ୍ରମଣକାରୀ ଆଜୀବନ କାରାଦଣ୍ଡ ଭୋଗିପାରନ୍ତି।