କାବୁଲ : ବିମାନ ଚକାରେ ନିଜକୁ ବାନ୍ଧି ପଳାଇଯିବାକୁ  ଉଦ୍ୟମ କରିଥିଲେ, ଖସି ପଡ଼ି ପ୍ରାଣ ହରାଇଲେ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ଅଧିକାର କରିନେବା ପରେ କାବୁଲ ଛାଡ଼ିବାକୁ ଲୋକମାନେ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଏଥିପାଇଁ କାବୁଲର ହାମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବଳ ଜନଗହଳି ହୋଇଛି । ସ୍ଥିତି ଏପରି ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଯେକୌଣସି ଉପାୟରେ କାବୁଲ ଛାଡ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛଘୁଞ୍ଚା ଦେଉନାହାନ୍ତି ।

 

ଏପରି ଏକ ଦୁଃଖଦ ଘଟଣା ଉକ୍ତ ବିମାନବନ୍ଦରରେ ଦେଖାଦେଇଛି । ବିମାନରେ ସିଟ୍ ନ ମିଳିବାରୁ ଦୁଇଜଣ ବ୍ୟକ୍ତି ବିମାନର ଚକରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଉଭୟ ଉପରୁ ଖସିପଡ଼ି ପ୍ରାଣ ହରାଇଛନ୍ତି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ କାଲି ତାଲିବାନ କାବୁଲକୁ ଦଖଲ କରିବା ପରେ କ୍ଷମତା ନିଜ ହାତକୁ ନେଇଛି । ଏହା ପୂର୍ବରୁ ଆଫଗାନ ରାଷ୍ଟ୍ରପତି ଅସରଫ ଗ଼ନି ନିଜ ପରିବାର ସହ ତୁର୍କମେନିସ୍ତାନକୁ ପଳାୟନ କରି ଥିଲେ ।

ସମ୍ବନ୍ଧିତ ଖବର