ଫୋଟୋ ଉଠାକୁ ନେଇ ବିବାହରେ ହଙ୍ଗାମା; ମାଡ଼ ଖାଇଲେ ବରର ମାମୁ ଓ ଭଉଣୀ

ଲକ୍ଷ୍ନୌ: ମଞ୍ଚ ଉପରେ ଫଟୋ ଉଠାଇବାକୁ ନେଇ ବିବାହରେ ହୋଇଛି ଗଣ୍ଡଗୋଳ । ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ଏକ ବିବାହ ସମାରୋହରେ ବର ଏବଂ କନ୍ୟା ଘରର ଲୋକଙ୍କ ମଧ୍ୟରେ ଏହି କାରଣକୁ ନେଇ ଲାଗିଗଲା ଝଗଡ଼ା । ବରଣମାଳା ପରେ ଫୋଟୋ ଉଠାକୁ ନେଇ ପରସ୍ପର ମଧ୍ୟରେ ଆରମ୍ଭ ହେଲା ଗଣ୍ଡଗୋଳ । ଝଗଡ଼ାରେ ବର ରାଗିଯାଇ ବିବାହ କରିବାକୁ କରିଦେଇଥିଲେ ମନା ଏବଂ ତା’ପରେ….

ଉଲ୍ଲେଖନୀୟ କଥା ହେଉଛି, ଏହି ଶୋଭାଯାତ୍ରା ରାମପୁର କାରଖାନା ଧୁସରୁ ମାଧବପୁର ଗ୍ରାମକୁ ଆସିଥିଲା । ଦ୍ୱାରପୁଜା ପରେ ବରଯାତ୍ରୀମାନଙ୍କୁ ଚର୍ଚ୍ଚା କରାଯାଇଥିଲା । ଏହାପରେ ବିବାହର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉଭୟ ବର ଏବଂ କନ୍ୟା ମଞ୍ଚରେ ପହଞ୍ଚି ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ । ବରଣମାଳା ପରେ ଯେମିତି ଫଟୋ ଉଠାଇବା ଆରମ୍ଭ ହେଲା, ସେତିକି ବେଳେ ବର ପକ୍ଷରୁ ଆସିଥିବା କିଛି ଲୋକ ନିଶା କରି ପ୍ରଥମେ ଫଟୋ ଉଠାଇବାକୁ ଜିଦ୍ ଧରିଥିଲେ । ପ୍ରଥମେ ଫଟୋ ଉଠାଇବା ଜିଦ୍ ଧରିବା ହେତୁ ବର ଓ କନ୍ୟା ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଝଗଡ଼ାରେ ବରର ମାମୁ ଓ ଭଉଣୀ ମାଡ଼ ଖାଇଥିବାରୁ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ଘଟଣାସ୍ଥଳରେ ରାମପୁର ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାକୁ ପଠାଇଥିଲା ।

ଏହି ଝଗଡ଼ାରେ ବରର ମାମୁଁ ଓ ଭଉଣୀ ଗୁରୁତର ଆହତ ହୋଇଥିବାରୁ ବର ବିରକ୍ତ ହୋଇ ବିବାହ କରିବାକୁ ମନା କରିଦେଇଥିଲେ । କିନ୍ତୁ ବହୁ ମନାଇବା ପରେ ପୁଲିସର ଉପସ୍ଥିତିରେ ବର ଏବଂ କନ୍ୟା ସାତ ଫେରା ନେଇଥିଲେ ଏବଂ ବିବାହ ସମ୍ପର୍ଣ୍ଣ ହୋଇଥିଲା । ବିବାହରେ ହୋଇଥିବା ଝଗଡ଼ା ସମ୍ପର୍କରେ ରାମପୁର ଥାନା ପୁଲିସ ବରିଷ୍ଠ ସବ୍-ଇନ୍ସପେକ୍ଟର ବଳରାମ ସିଂ କହିଛନ୍ତି ଯେ, ବିବାହରେ ଫଟୋ ଉଠାଇବା ନେଇ ଝଗଡ଼ା ହେବାର ଖବର ଆସିଥିଲା । ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିବା ପରେ ଆହତମାନେ ଡାକ୍ତରଖାନା ଯାଇ ସାରିଥିଲେ । ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଗ୍ରହଣ କରାଯାଇ ନାହିଁ, ଯଦି ମିଳିବ ତେବେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର