ଶ୍ରୀନଗର: ବୁଧବାର ସକାଳେ ଶ୍ରୀନଗରର ରାଇନାୱାଡ଼ି ଅଞ୍ଚଳରେ ସୁରକ୍ଷା ବଳଙ୍କ ସହ ଏନ୍କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲିସର କହିବା ଅନୁସାରେ ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ରୟୀସ ଅହମଦ ଭଟ ଜଣେ ପୂର୍ବତନ ସାମ୍ବାଦିକ, ଯେ କି ଅନନ୍ତନାଗରେ ‘ଭାଲି ନ୍ୟୁଜ୍ ସର୍ଭିସ୍’ ନାମରେ ଏକ ନ୍ୟୁଜ୍ ପୋର୍ଟାଲ ଚଲାଉଥିଲା। ଗତବର୍ଷ ଅଗଷ୍ଟ ମାସରେ ସେ ଲସ୍କର-ଇ-ତୋଇବା ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା ଏବଂ ଜମ୍ମୁ-କାଶ୍ମୀର ପୁଲିସ ଦ୍ବାରା ସେ ‘ସି’ କାଟେଗୋରି ଆତଙ୍କବାଦୀ ଭାବେ ବର୍ଗୀକୃତ ହୋଇଥିଲା। ଆତଙ୍କବାଦ-ମୂଳକ ଅପରାଧ ପାଇଁ ତା’ ନାଁରେ ପୂର୍ବରୁ ଦୁଇଟି ମାମଲା ପଞ୍ଜୀକୃତ ହୋଇଥିଲା। କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ଜଣେ ପୂର୍ବତନ ସାମ୍ବାଦିକ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ହେବା ଘଟଣା ମିଡ଼ିଆର ଅପବ୍ୟବହାର ହେଉଥିବାର ସ୍ପଷ୍ଟ ପ୍ରମାଣ ଦିଏ। ଏନ୍କାଉଣ୍ଟରରେ ନିହତ ଅନ୍ୟ ଆତଙ୍କବାଦୀ ଜଣକ ହେଉଛି ହିଲାଲ ଅହମଦ ରହମ୍, ଯେ କି ବିଜ୍ବେହାଡ଼ାର ବାସିନ୍ଦା। ସେ ମଧ୍ୟ ‘ସି’ କାଟେଗୋରିର ଆତଙ୍କବାଦୀ। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ଆପରାଧିକ ସାମଗ୍ରୀ ଜବତ କରାଯାଇଛି।
ସାମ୍ବାଦିକରୁ ଆତଙ୍କବାଦୀ ବନିଥିବା ବ୍ୟକ୍ତି ସହ ଦୁଇଜଣ ଶ୍ରୀନଗରରେ ଏନ୍କାଉଣ୍ଟରରେ ନିହତ
/sambad/media/post_attachments/wp-content/uploads/2022/03/fdhgfghfgjfjh654654132132132.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)