ନୀତି ଆୟୋଗ ପୁସ୍ତକରେ ଓଡିଶାର ୨ ଯୋଜନା

ନୁଆଦିଲ୍ଲୀ : ନୀତି ଆୟୋଗ ଦ୍ବାରା ଆକାଂକ୍ଷୀ ଜିଲ୍ଲା ମାନଙ୍କରେ ସଫଳ କାହାଣୀ ସଂପର୍କିତ ପୁସ୍ତକ ପ୍ରକାଶିତ ହେବାପରେ ପୁଣିଥରେ ଆୟୋଗ ଦ୍ବାରା ସ୍ବାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ସଦ୍ୟତମ ପ୍ରକାଶିତ ପୁସ୍ତକରେ ଓଡିଶାର ଦୁଇଟି ଯୋଜନା- ‘ଓଡିଶା ମିଲେଟ୍ ମିଶନ’ ଓ ‘ମୋ ଉପକାରୀ ବଗିଚା’ କୁ ସାମିଲ କରାଯାଇଛି । ଏହି ଦୁଇଟି ଯୋଜନା ସଂପର୍କରେ ବିସ୍ତୃତ ଭାବେ ପୁସ୍ତକରେ ତଥ୍ୟ ପ୍ରଦାନ କରାଯାଇଛି ।

ପୁସ୍ତକରେ ସ୍ବାସ୍ଥ୍ୟ ଓ ପୋଷଣ ଦିଗରେ ବିଭିନ୍ନ ରାଜ୍ୟମାନଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଯୋଜନାକୁ ମଧ୍ୟ ପୁସ୍ତକରେ ସ୍ଥାନ ଦିଆଯାଇଛି । ଗୁଜୁରାଟ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତେଲେଙ୍ଗାନାରେ ତ୍ବରାନ୍ନିତ ହେଉଥିବା ଯୋଜନା ସଂପର୍କରେ ପୁସ୍ତକରେ ଉଲ୍ଲେଖ କରାଯାଇଛି । ସ୍ବାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ରାଜ୍ୟମାନଙ୍କର ଯୋଜନା କିଭଳି ସମାଜର ନିଷ୍ପେସିତ ବର୍ଗର ଲୋକମାନଙ୍କ ପାଇଁ ଫଳପ୍ରଦ ହୋଇଛି, ନୀତି ଆୟୋଗର ସଦ୍ୟତମ ପ୍ରକାଶିତ ପୁସ୍ତକରେ ତାହା ଆଲୋକପାତ କରାଯାଇଛି ।

ସମ୍ବନ୍ଧିତ ଖବର