ହିସାର : ହିସାରର ଏକ ହାଇସ୍କୁଲର ୨୦ ଜଣ ଛାତ୍ରୀଙ୍କୁ ଯୌନ ଶୋଷଣ କରିବା ଘଟଣାରେ ୨ ଜଣ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି। ଶିକ୍ଷକଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିବା ୨୦ ଛାତ୍ରୀ ପଞ୍ଚମରୁ ଦଶମ ଶ୍ରେଣୀର ବୋଲି ଜଣାପଡ଼ିଛି। ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିବା ୩ ଜଣ ଶିକ୍ଷକଙ୍କ ବିରୋଧରେ ଶିଶୁ ସୁରକ୍ଷା ଅଧିକାରୀ ସୁନୀତା ଯାଦବ ଥାନାରେ ଏତଲା ଦେବା ପରେ ପୁଲିସ ୨ ଜଣ ଶିକ୍ଷକଙ୍କୁ ଗିରଫ କରିଛି। ତେବେ ଅନ୍ୟ ଜଣେ ଶିକ୍ଷକ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଶିଶୁ ସୁରକ୍ଷା ଅଧିକାରୀଙ୍କ ଏତଲା ଅନୁଯାୟୀ, ସେ ଏକ ସରକାରୀ ହାଇସ୍କୁଲ ପରିଦର୍ଶନରେ ଯାଇଥିବା ବେଳେ ଛାତ୍ରୀମାନେ ତାଙ୍କ ନିକଟରେ ଏକଥା କହିଥିଲେ। ସ୍କୁଲର କମ୍ପ୍ୟୁଟର ଶିକ୍ଷକ, ଖେଳ ଶିକ୍ଷକ ଓ ଅନ୍ୟ ଜଣେ ଲାବୋରେଟୋରି ଆଟେଣ୍ଡାଣ୍ଟ୍ ଛାତ୍ରୀମାନଙ୍କୁ ଡରାଇ ଧମକାଇ ଯୌନ ଶୋଷଣ କରୁଥିଲେ। ଏ ନେଇ ଛାତ୍ରୀମାନେ ତାଙ୍କ ଆଗରେ କହିବାବେଳେ କାନ୍ଦି ପକାଇଥିଲେ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ନୀତା ଅଗ୍ରୱାଲ୍ଙ୍କ କହିବା ଅନୁଯାୟୀ, ଉକ୍ତ ହାଇସ୍କୁଲରେ ୧୬୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୬୮ ଜଣ ଛାତ୍ର ଏବଂ ୯୭ ଜଣ ଛାତ୍ରୀ। ତେବେ କେତେକ ଛାତ୍ରୀଙ୍କ ପ୍ରତି ଯୌନ ଶୋଷଣ କରାଯାଉଥିବା ନେଇ ସେ ଅବଗତ ହେବା ପରେ ଥାନାରେ ଏତଲା ଦିଆଯାଇଛି। ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି। ଏହା ସହିତ ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।
ହିସାରର ଏକ ହାଇସ୍କୁଲର ୨୦ ଛାତ୍ରୀଙ୍କୁ ଯୌନ ଶୋଷଣ କରିବା ଘଟଣାରେ ୨ ଶିକ୍ଷକ ଗିରଫ
/sambad/media/post_attachments/wp-content/uploads/2019/06/arrest-145_182.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)