ପାକ ସେନାର ଅସ୍ତ୍ରବିରତି ଉଲଂଘନରେ ୨ ଭାରତୀୟ ସୈନିକ ସହିଦ

ନୂଆଦିଲ୍ଲୀ: ଭାରତ- ପାକିସ୍ଥାନ ସୀମାନ୍ତରେ ଥିବା ଲାଇନ୍‌ ଅଫ୍‌ କଣ୍ଟ୍ରୋଲର ଜମ୍ମୁ ଓ କଶ୍ମୀରର ସୁନ୍ଦରବେଣି ସେକ୍ଟରରେ ପାକିିସ୍ତାନ ସେନାର ଅସ୍ତ୍ରବିରତି ଉଲଂଘନରେ ଦୁଇଜଣ ଭାରତୀୟ ସୈନ୍ୟ ସହିଦ ହୋଇଛନ୍ତି।
ସେନା ମୁଖପାତ୍ର କର୍ଣ୍ଣେଲ ନୀତିନ ଯୋଷୀଙ୍କ ଠାରୁ ମିଳିିଥିବା ସୂଚନା ଅନୁଯାୟୀ, ଗତକାଲି ରାତିସାରା ପାକିସ୍ତାନ ସେନା ପକ୍ଷରୁ ଏଲଓସିରେ ମୋର୍ଟାର ଓ ସ୍ୱୟଂକ୍ରିୟ ବନ୍ଧୁକରୁ ଗୁଳି ଚାଳନା କରାଯାଇଥିଲା।ଏହାର ଦୃଢ଼ ପ୍ରତିଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଇଥିଲା।ଏହି ଅସ୍ତ୍ରବିରତି ଉଲଠଘନ ସମୟରେ ଦୁଇଜଣ ଭାରତୀୟ ସୈନ୍ୟ ସହିଦ ହୋଇଛନ୍ତି। ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲଂଘନ ଯୋଗୁଁ ଯେଉଁ ଦୁଇଜଣ ଭାରତୀୟ ସୈନିକ ପ୍ରାଣ ହରାଇଛନ୍ତି ସେମାନେ ହେଉଛନ୍ତି ରାଇଫଲମ୍ୟାନ ବିନୋଦ ସିଂହ ଓ ରାଇଫଲମ୍ୟାନ ଜକି ଶର୍ମା।
ଗତ ଦୁଇ ମାସ ମଧ୍ୟର ଏଲଓସିରେ ୪ଶହ ଥରରୁ ଅଧିକ ଅସ୍ତ୍ରବିରତି ଉଲଂଘନ ସହିତ ଭାରତ- ପାକ ସୀମା ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ଉଠିଛି। ଯଦି ଏହି ଟ୍ରେଣ୍ଡ ଜାରି ରହେ ତେବେ ୨୦୧୮ ରେ ରେକର୍ଡ ସଂଖ୍ୟାରେ ଭାରତ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲଂଘନ ହୋଇପାରେ ବୋଲି ଆଶଙ୍କା ପ୍ରକଶା ପାଇଛି। ୨୦୧୭ରେ ମୋଟ୍‌ ୮୬୦ ଅସ୍ତ୍ରବିରତି ଉଲଂଘନ ହୋଇତିବା ବେଳେ ୨୦୧୮ରେ ଏହି ସଠଖ୍ୟା ପ୍ରତ୍ୟେହ ବଢ଼ିବଢ଼ି ଚାଲିଛି।

ସମ୍ବନ୍ଧିତ ଖବର