ଚେନ୍ନାଇ : ତାମିଲନାଡ଼ୁରେ ଲୋକପ୍ରୀୟ ଷଣ୍ଢ ଲଢ଼େଇ ଖେଳ ଜାଲ୍ଲିକାଟୁ ଉତ୍ସବରେ ଆଜି ପୁଣି ଆଉ ୨ ଜଣଙ୍କ ପ୍ରାଣ ହାନୀ ହୋଇଛି। ଗତକାଲି ଜାଲ୍ଲିକାଟୁ ଉତ୍ସବ ଦେଖିବାକୁ ଯାଇଥିବା ଜଣେ ଦର୍ଶକଙ୍କର ମଦୁରାଇରେ ମୃତ୍ୟୁ ହୋଇଥିବାବେଳେ ଆଜି ଶିବଗଙ୍ଗାଇ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଚଳିତ ବର୍ଷର ଜାଲ୍ଲିକାଟୁ ଉତ୍ସବରେ ସମୁଦାୟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ଦୁଇଜଣ ଚିହ୍ନଟ ହୋଇସାରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ କରାଇକୁଡ଼ିର ରାମନାଥନ ଏବଂ ଅନ୍ୟଜଣେ ପୁଡ଼ୁକୋଟାଇର କାଶି। ଗତ ସୋମବାର ଦିନ ଜାଲ୍ଲିକାଟୁ ଉତ୍ସବରେ ୧୯ ବର୍ଷୀୟ ତରୁଣ କାଲିମୁଥୁଙ୍କର ପ୍ରାଣହାନୀ ହୋଇଥିଲା। ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଉକ୍ତ ଉତ୍ସବ ଆଜି ଶେଷ ହୋଇଛି। ତେବେ ଚଳିତବର୍ଷ ପାଖାପାଖି ୧୦୦୦ ଷଣ୍ଡ ପାଳକ ଏବଂ ୩୦୦୦ ଷଣ୍ଢ ଉକ୍ତ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି। ତାମିଲନାଡ଼ୁରେ ଖେଳାଯାଉଥିବା ଏହି ପାରମ୍ପରିକ ଖେଳ ଜାଲ୍ଲିକାଟୁକୁ ନେଇ ଗତବର୍ଷ ବ୍ୟାପକ ଆନ୍ଦୋଳନ ହେବାଦ୍ୱାରା ଏହା ଜାତୀୟ ସ୍ତରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ଜାଲ୍ଲିକାଟୁରେ ଆଉ ୨ ଦର୍ଶକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/01/jalikattu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)