ଜୟସାଲମେର : ରାଜସ୍ଥାନର ଜୟସାଲମେର ସହରରେ ଗୁରୁବାର ଦିନ ଏକ ସ୍କୁଲ୍ ବସ୍ ଦୁର୍ଘଟଣାରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ଏବଂ ୪୦ ଜଣ ଆହତ ହୋଇଛନ୍ତି। ଆଜି ସକାଳେ ବସ୍ଟି ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍କୁଲ୍କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତ ଛାତ୍ରଙ୍କ ନାମ ହାସମ ଖାନ ଏବଂ କସମ୍ ଖାନ ବୋଲି ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ କିଛି ଛାତ୍ରଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଛି। ପ୍ରାୟ ୨୦ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।
କର୍ଣ୍ଣାଟକ: ଦୁର୍ଘଟଣାରେ ୪ ଛାତ୍ରଙ୍କ ମୃତ୍ୟୁ
ବେଙ୍ଗାଲୁରୁ : କୋଲାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର ସକାଳେ ହସ୍କୋଟ ହାଇୱେ (ଜାତୀୟ ରାଜପଥ-୭୫)ରେ ଏହି ଦୁର୍ଘଟଣା ଘଟିଥିଲା। ମୃତକମାନେ ହେଲେ ବୈଷ୍ଣବୀ (୨୧), ଭାରତ (୨୨), ସିରିଲ (୨୧) ଏବଂ ଭେଙ୍କଟେଶ (୨୨)। ସମସ୍ତେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଏବଂ ମଦନପାଲ୍ଲୀର ବାସିନ୍ଦା। ସେମାନେ ଗାର୍ଡେନ ସିଟି କଲେଜର ବିବିଏ ଛାତ୍ର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ୬ ଜଣଯାକ ଛାତ୍ର ଆର୍ କେ ପୁରମ ନିକଟସ୍ଥ ଟିସି ପାଲିଆରେ ରହୁଥିଲେ। ସେମାନେ କୌଣସି ସ୍ଥାନକୁ ବୁଲିଯିବାକୁ ନିଷ୍ପତ୍ତି ନେଇ ଏକ କାର୍ରେ ବାହାରିଥିଲେ। ରାସ୍ତାରେ ଏକ ଟକ୍ ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ୪ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣ ଆହତ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/bus-sixteen_nine.jpg)