ନୂଆଦିଲ୍ଲୀ: ସ୍କଟଲାଣ୍ଡର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳରେ ଏକ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାଯାଇଛି । ପାଣିଭିତରୁ ୨୨ ଓ ୨୬ ବର୍ଷୀୟ ଦୁଇ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଥିଲା। ସେମାନଙ୍କ ନାଁ ଜିତେନ୍ଦ୍ରନାଥ କାରୁତୁରୀ (୨୬) ଓ ଚାଣକ୍ୟ ବୋଲିସେଟ୍ଟି (୨୨) ବୋଲି ଜଣାପଡିଛି ।

Advertisment

ଏହି ଛାତ୍ରମାନେ ସେମାନଙ୍କର ଅନ୍ୟ ଚାରି ଜଣ ସାଙ୍ଗଙ୍କ ସହ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଆସିଥିଲେ । ଏହି ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ବୁଧବାର ରାତିରେ ତୁମ୍ମେର ଲିନ୍ ନିକଟରେ ଥିବା ପାଣିରୁ ଦୁଇ ବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆପଣଙ୍କୁ କହିରଖୁଛୁ ଯେ ତୁମ୍ମେଲର ଲିନ୍ ହେଉଛି ସେହି ସ୍ଥାନ ଯେଉଁଠାରେ ଦୁଇଟି ନଦୀ ମିଳେ । ଉଦ୍ଧାରକାରୀ ଦଳ ଉଭୟଙ୍କ ମୃତଦେହକୁ ପାଣିଭିତରୁ ବାହାର କରିଥିଲେ। ଉଭୟ ଛାତ୍ର ସ୍କଟଲାଣ୍ଡର ଡୁଣ୍ଡି ବିଶ୍ୱବିଦ୍ୟାଳୟରେ ମାଷ୍ଟର୍ସ ଡିଗ୍ରୀ କରୁଥିଲେ ।

ସ୍ଥାନୀୟ ପୁଲିସ କହିଛି ଯେ, ବୁଧବାର ରାତିରେ ତୁମ୍ମେଲର ଲିନ୍ ରେ ଜିତେନ୍ଦ୍ରନାଥ  ଓ ଚାଣକ୍ୟ  ଭାସି ଯାଇଥିଲେ। ଏହା ପିଟଲୋଚରୀର ଉତ୍ତରରେ ଅବସ୍ଥିତ । ସେହିପରି ଲଣ୍ଡନରେ ଥିବା ଭାରତୀୟ ହାଇକମିସନର ଜଣେ ଅଧିକାରୀ ମଧ୍ୟ ଏହି ଘଟଣାକୁ ସ୍ପଷ୍ଟ କରିଛନ୍ତି ।