ନୋଏଡ଼ାରେ ସ୍କୁଲ୍‌ କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ

ନୋଏଡ଼ା : ନୋଏଡ଼ାରେ ଆଜି ଏକ ସ୍କୁଲ୍‌ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ୨ ଜଣ ଶିଶୁ ପ୍ରାଣ ହରାଇଛନ୍ତି ଏବଂ ୩ ଜଣ ଆହତ ହୋଇଛନ୍ତି। ସେକ୍ଟର ୪୯ ପୁଲିସ ଷ୍ଟେସନ୍‌ ଅଧୀନସ୍ଥ ସଲରପୁର ଗ୍ରାମର ଏକ ପ୍ରାଥମିକ ବିଦ୍ୟାଳୟରେ ଆଜି ସକାଳ ପ୍ରାୟ ୧୦ଟା ସମୟ‌ରେ ଏହି ଦୁର୍ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଘଟଣାସ୍ଥଳରେ ହିଁ ୨ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ଆହତ ଶିଶୁମାନେ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ତେବେ କାନ୍ଥ ଭୁଶୁଡ଼ିବାର କାରଣ କ’ଣ, ତାହା ଏଯାବତ୍‌ ଜଣାପଡ଼ିନି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୌତମ ବୁଦ୍ଧ ନଗର ଏସଏସ୍‌ପି ଅଜୟ ପାଲ୍‌ ଶର୍ମା ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ ବ୍ରଜେଶ ନାରାୟଣ ସିଂହ ଆଜି ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଶ୍ବାସନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର