ଜମ୍ମୁ/ ନୂଆଦିଲ୍ଲୀ: ଗୁପ୍ତଚର ସନ୍ଦେହରେ ଆଜି ସେନା ସୁରକ୍ଷା ବଳ ଜମ୍ମୁରୁ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଜମ୍ମୁଠାରେ ଅବସ୍ଥିତ ଥିବା ଏକ ସେନା କ୍ୟାମ୍ପର ଫଟୋ ଓ ଭିଡିଓ ଚିତ୍ର ଉତ୍ତୋଳନ କରୁଥିବା ବେଳେ ସେନା ସୁରକ୍ଷା ବଳ ହାତରେ ଧରା ପଡ଼ିଥିଲେ। ପରେ ଧରା ପଡ଼ିଥିବା ଦୁଇ ଅଭିଯୁକ୍ତଙ୍କୁ ଜମ୍ମୁ ପୁଲିସ୍‌କୁ ହସ୍ତାନ୍ତର କରାଯିବା ପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧ ଗୁପ୍ତଚରଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯିବା ସହ ସେଠାରେ ସେନା ସୁରକ୍ଷା ବଳ ଓ ପୁଲିସ୍‌ ପକ୍ଷରୁ ମିଳିତ ଭାବରେ ଜେରା ଆରମ୍ଭ ହୋଇଛି।

Advertisment

publive-image Kashmir Times

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଜମ୍ମୁର ରାତୁନ୍‌ଛକ ସେନା କ୍ୟାମ୍ପ ନିକଟରେ ସନ୍ଦିଗ୍ଧ ଅବସ୍ଥାରେ ଆଜି ପ୍ରତ୍ୟୁଷରୁ ଫଟୋ ଓ ଭିଡିଓ ଚିତ୍ର ଉତ୍ତୋଳନ କରୁଥିବା ବେଳେ ସେଠାରେ ପାଟ୍ରୋଲିଂ କରୁଥିବା ସେନା ସୁରକ୍ଷା ବଳ କର୍ମୀଙ୍କ ହାତରେ ଧରା ପଡ଼ିଥିଲେ। ପରେ ସେମାନଙ୍କ ମୋବାଇଲ୍‌ ଯାଞ୍ଚ କରାଯିବା ପରେ ସେମାନେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଗୁପ୍ତଚର ବୃତ୍ତି କରୁଥିବା ଜଣା ପଡ଼ିଥିଲା। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ଘର ଜମ୍ମୁ-କଶ୍ମୀରର କାଠୁଆରେ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଘର ଡୋଡା ଅଞ୍ଚଳରେ।