ଲଶ୍କର୍‌-ଏ-ତୈବା ଆତଙ୍କ ପରେ ତାମିଲନାଡୁରେ ଦୁଇ ସନ୍ଦିଗ୍ଧ ଅଟକ

ଚେନ୍ନାଇ: ଶନିବାର ଦିନ ତାମିଲନାଡୁ ପୁଲିସ ପଚରା ଉଚୁରା ପାଇଁ ଦୁଇ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଛି। ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଲଶ୍କର୍‌-ଏ-ତୈବା ସହ ସମ୍ପର୍କ ଥିବା ସନ୍ଦେହରେ ଗୁରୁବାର ଦିନ କେରଳ ପୁଲିସ ଗିରଫ କରିଥିବା ଜଣେ ବ୍ୟକ୍ତିଙ୍କ ସଙ୍ଗେ ସେ ଦୁହିଁଙ୍କର ସମ୍ପର୍କ ଥିବା କଥା ସନ୍ଦେହ କରାଯାଉଛି।

ସମୁଦ୍ର ପଥ ଦେଇ ଲଶ୍କର-ଏ-ତୈବାର ଛଅ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ସବୁ ପ୍ରମୁଖ ସହରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ଜାରି କରାଯାଇଥିଲା।

ଗୁଇନ୍ଦା ସୂଚନା ଦେଇଥିଲା କି, ଆତଙ୍କବାଦୀମାନେ ସମୁଦ୍ର ପଥ ଦେଇ ଶ୍ରୀଲଙ୍କାରୁ କୋଇମ୍ବାଟୁର୍‌ ସମେତ ବିଭିନ୍ନ ସହରକୁ ପ୍ରବେଶ କରିଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ୱରୂପ ସମଗ୍ର ରାଜ୍ୟର ବିମାନ ବନ୍ଦର, ରେଳବାଇ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ୍‌ ଏବଂ ଉପାସନା ପୀଠରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ଅନୁପ୍ରବେଶ କରିଥିବା ଛଅଜଣ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି ଜଣେ ପାକିସ୍ତାନୀ ଏବଂ ପାଞ୍ଚଜଣ ଶ୍ରୀଲଙ୍କୀୟ ତାମିଲ ମୁସଲମାନ। ପାକିସ୍ତାନୀ ଆତଙ୍କବାଦୀଜଣକ ହେଉଛନ୍ତି ଇଲ୍ଲିୟାସ୍‌ ଅନ୍‌ଓ୍ଵାର୍‌। ସତର୍କ ସୂଚନା ଅନୁସାରେ, ଆତଙ୍କବାଦୀମାନେ ତିଳକଆଦି ଘେନା କରି ହିନ୍ଦୁମାନଙ୍କ ଭଳି ବେଶଭୂଷା ପରି ଛଦ୍ମବେଶ ପକାଇ ପାରନ୍ତି।

ସମ୍ବନ୍ଧିତ ଖବର