ଇସ୍ତଫା ଦେଲେ ଟିଡିପିର ୨ ମନ୍ତ୍ରୀ, ଏନଡିଏରେ ବଜାୟ ରହିବ ଟିଡିପି

ନୂଆଦିଲ୍ଲୀ : ଟିଡିପିର ଦୁଇ ମନ୍ତ୍ରୀ ପି. ଅଶୋକ ଗଜପତି ରାଜୁ ଓ ଓ୍ଵାଇ.ଏସ୍‌ ଚୌଧୁରୀ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଆଜି ସଂଧ୍ୟାରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ଟିଡିପି ଏନଡିଏରେ ବଜାୟ ରହିବ ବୋଲି ସେମାନେ ସ୍ପଷ୍ଟ କରିଦେଇଛନ୍ତି । ପି. ଅଶୋକ ଗଜପତି ରାଜୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବାବେଳେ ଓ୍ଵାଇ.ଏସ୍‌ ଚୌଧୁରୀ ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଥିଲେ ।

 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରବାବୁ ନାଇଡୁଙ୍କୁ ଫୋନ କରି କଥାହୋଇଥିଲେ । ଗଣମାଧ୍ୟମ ସୁତ୍ରରୁ ଜଣାପଡଛି ଯେ ନିଜ ନିଷ୍ପତ୍ତିର ପୁରର୍ବିଚାର କରିବାକୁ ମୋଦି ନାଇଡୁଙ୍କୁ ଅନୁରୋଧ କରିଥିଲେ । ଏହା ସତ୍ତ୍ୱେ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତକାଲି ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସରକାରରୁ ସମର୍ଥନ ପ୍ରତ୍ୟାହାର ସଂପର୍କରେ ଘୋଷଣା କରିଥିଲେ । ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦେବା ସମ୍ଭବ ନୁହେଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିବା ପରେ ସେ ଏହି ନିଷ୍ପତ୍ତି ନେଇଥିଲେ । ଜେଟଲି କହିଥିଲେ ଯେ ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ । ଏକ ସ୍ୱତନ୍ତ୍ର ପାହ୍ୟା ପ୍ରାପ୍ତ ରାଜ୍ୟ ଯେଉଁ ପରିମାଣରେ ପାଣ୍ଠି ପାଇଥାଏ ଆନ୍ଧ୍ରକୁ ମଧ୍ୟ ସେତିକି ପରିମାଣରେ ପାଣ୍ଠି ଯୋଗାଇଦିଆଯିବ । କିନ୍ତୁ ସ୍ୱତନ୍ତ୍ର ପାହ୍ୟା ଦେବା ସମ୍ଭବ ନୁହେଁ ।

ସମ୍ବନ୍ଧିତ ଖବର