ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ : ଓଡ଼ିଶାର ଦୁଇ ଜଣଙ୍କ ସହ ଦେଶର ୪୪ ଜଣ ଶିକ୍ଷକଙ୍କୁ ଚଳିତ ବର୍ଷ ଜାତୀୟ ପୁରସ୍କାର ମିଳିବ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଏହି ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନାମ ଘୋଷଣା କରାଯାଇଛି।

ପୁରସ୍କାର ପାଇଁ ଚୟନ ହୋଇଥିବା ଓଡ଼ିଶାର ଦୁଇ ଶିକ୍ଷକ ହେଲେ, ଭଦ୍ରକ ଜିଲ୍ଲା ସରକାରୀ ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଂଜାମ ଛତ୍ରପୁର କାନମନା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠି। ଆସନ୍ତା ସେପ୍ଟେମ୍ବର ୫ ତାରିଖ ‘ଗୁରୁ ଦିବସ’ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର -୨୦୨୧ରେ ସମ୍ମାନିତ କରିବେ। ଚଳିତ ବର୍ଷ ଓଡ଼ିଶା, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଆସାମ, ସିକିମ, ବିହାର, ଗୁଜରାଟ ଓ ରାଜସ୍ଥାନରୁ ଦୁଇ ଜଣ ଲେଖାଏଁ ଶିକ୍ଷକ ପୁରସ୍କାର ପାଇବେ। ଚୟନ ହୋଇଥିବା ୪୪ ଜଣ ଶିକ୍ଷକଙ୍କ ମଧ୍ୟରୁ ୯ ଜଣ ମହିଳା ରହିଛନ୍ତି। ପୁରସ୍କାର ବାବଦରେ ଶିକ୍ଷକମାନଙ୍କୁ ମେଡାଲ୍‌, ସାର୍ଟିଫିକେଟ୍‌ ସହିତ ୨୫ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର