ନୂଆଦିଲ୍ଲୀ : ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷର ଜାତୀୟ ପୁରସ୍କାର ପାଇଁ ଚୟନ ହୋଇଥିବା ଦେଶର ୪୭ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ତାଲିକାରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କ ନାମ ସାମିଲ ଅଛି। ଦୁଇ ଜଣ ଓଡ଼ିଆ ଶିକ୍ଷକ ହେଲେ, ବୌଦ୍ଧ ଜିଲ୍ଲାର ହରଭଙ୍ଗାର ସରସରାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦାୟିତ୍ବରେ ଥିବା ବସନ୍ତ କୁମାର ସାହୁ ଓ ଭୁବନେଶ୍ବରର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ମହାନ୍ତି। ଆସନ୍ତା ସେପ୍ଟେମ୍ବର ୫ ଗୁରୁଦିବସ ଅବସରରେ ୨୦୨୦ର ଜାତୀୟ ପୁରସ୍କାର ପାଇଁ ଚୟନ ହୋଇଥିବା ଶିକ୍ଷକମାନଙ୍କ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କୃତ କରିବେ। ତେବେ, କରୋନା-୧୯ର କଟକଣା ଯୋଗୁଁ ଭିଡିଓ କନଫରେନ୍ସିଂ ଜରିଆରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp