ବିଦେଶୀ ଚଳଚ୍ଚିତ୍ର ଦେଖିବାରୁ ୨ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଦେଲେ କିମ୍ ଜଙ୍ଗ୍

ସିଓଲ : ଉତ୍ତରକୋରିଆରେ କିମ ଜଙ୍ଗ୍ ଉନଙ୍କ ବର୍ବର ଶାସନର ଆଉ ଏକ ନମୁନା ଦେଖିବାକୁ ମିଳିଛି । ଦକ୍ଷିଣ କୋରିଆ ଓ ହଲିଉଡ୍ ଫିଲ୍ମ ଦେଖିବାରୁ ଦୁଇ ଜଣ ହାଇସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ।

କେ-ଡ୍ରାମା ଭାବରେ ଜଣାଶୁଣା ଦକ୍ଷିଣ-କୋରିଆ ଚଳଚ୍ଚିତ୍ର ଦେଖିବା କିମ୍ବା ବିତରଣ କରିବା ଉତ୍ତର କୋରିଆରେ କଠୋର ଭାବରେ ନିଷେଧ । ଏହାକୁ ଏକ ଜଘଣ୍ୟ ଅପରାଧ ବୋଲି ବିଚାର କରାଯାଏ ।

୧୬ ଏବଂ ୧୭ ବର୍ଷ ବୟସ୍କ ଏହି ଦୁଇ ବାଳକ ଅକ୍ଟୋବରରେ ଉତ୍ତର କୋରିଆର ରିଆଙ୍ଗଗାଙ୍ଗ ପ୍ରଦେଶର ଏକ ବିଦ୍ୟାଳୟରେ ଏକାଠି ହୋଇ ଦକ୍ଷିଣ କୋରିଆ ଏବଂ ଆମେରିକୀୟ ଚଳଚ୍ଚିତ୍ର ଓ ସିରିଜ୍ ଦେଖିଥିଲେ । ଏହାପରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ  ଅନୁଯାୟୀ, ସେମାନଙ୍କୁ ଏକ ଏୟାରଫିଲ୍ଡରେ ସ୍ଥାନୀୟ ଲୋକଙ୍କ ସାମ୍ନାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଅକ୍ଟୋବରରେ ଏହି ଘଟଣା ଘଟିଥିଲା, କିନ୍ତୁ ହତ୍ୟାକାଣ୍ଡ ବିଷୟରେ ଗତ ସପ୍ତାହରେ ଜଣାପଡ଼ିଥିଲା ।

ନିକଟରେ କିମ ଜଙ୍ଗ୍ ୟୁନଙ୍କ ଆଉ ଏକ ଅଜବ ଆଦେଶ ସେଠାକାର ଲୋକମାନଙ୍କ ଉପରେ ଲଦି ଦିଆଯାଇଛି । ତାହା ହେଉଛି ଲୋକମାନେ ନିଜ ପିଲାମାନଙ୍କ ନାଁ ବମ୍, ଗନ୍, ସାଟେଲାଇଟ୍ ଆଦି ରଖିବେ । ଯେଉଁମାନେ ଏପରି ନାଁ ନ ରଖିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସେମାନଙ୍କୁ କମ୍ୟୁନିଷ୍ଟ ବିରୋଧୀ ବୋଲି କୁହାଯିବ ବୋଲି ଚେତାବନୀ ଦିଆଯାଇଛି ।

ସମ୍ବନ୍ଧିତ ଖବର