ଜମ୍ମୁ-କଶ୍ମୀର: ୨ ଆତଙ୍କବାଦୀ ସହଯୋଗୀ ଗିରଫ; ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସ ସୋମବାର ଅୱନ୍ତିପୋରାରୁ ଦୁଇ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଜମ୍ମୁ-କଶ୍ମୀର ପୁଲିସ କହିଛି ଯେ ଏକ ର୍ନିଦ୍ଦିଷ୍ଟ ତଥ୍ୟ୍‌ ଆଧାରରେ ଅୱନ୍ତିପୋରା ପୁଲିସ ସେନାର ୪୨ ଆରଆର ଏବଂ ସିଆରପିଏଫ ସହିତ ମିଳିତ ଭାବେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ) ସହିତ ଜଡିତ ଦୁଇ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି।
ସେମାନଙ୍କୁ ଜାହିଦ ଅହମ୍ମଦ ଲୋନ ଏବଂ ସକିଲ ଅହମ୍ମଦ ମଲିକ ଓରଫ ଅବୁ ଦୁଜାନା ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସମେତ ବହୁ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଛି।
ଗିରଫ ହୋଇଥିବା ଏହି ଯୋଡି ଆତଙ୍କବାଦୀ ସଂଗଠନ ଜେଇଏମର ଆତଙ୍କବାଦୀ ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ତ୍ରାଲ ଏବଂ ଅୱନ୍ତିପୋରା ଅଞ୍ଚଳରେ ସକ୍ରିୟ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କୁ ଅସ୍ତ୍ରଶସ୍ତ୍ର/ଗୋଳାବାରୁଦ ପରିବହନ ଯୋଗାଇବାରେ ଜଡିତ ଥିଲେ ବୋଲି ପୁଲିସ କହିଛି। ଏଥିସହ ଗିରଫ ହୋଇଥିବା ଉଭୟ ସହଯୋଗୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପାକିସ୍ତାନର ଆତ୍ମଘୋଷିତ ଆତଙ୍କବାଦୀ କମାଣ୍ଡରଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଆତଙ୍କବାଦୀ ପଦବୀରେ ଯୋଗଦେବାକୁ ଯୋଜନା କରୁଥିଲେ।

ସମ୍ବନ୍ଧିତ ଖବର