୨ ପାକ୍‌ ଆତଙ୍କବାଦୀଙ୍କୁ ଗିରଫ କଲା ସେନା, ଆକ୍ରମଣ ପାଇଁ ପାକିସ୍ତାନ ପଠାଇଥିବା ସ୍ବୀକାର କ‌ଲେ

ଶ୍ରୀନଗର : ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସବୁ ପ୍ରୟାସ ଜାରି ରଖିଛି। ଭାରତରେ ଆକ୍ରମଣ ପାଇଁ ପାକିସ୍ତାନ ମାଟିରେ ସ୍ବତନ୍ତ୍ର ତାଲିମ ନେଉଛନ୍ତି ଆତଙ୍କବାଦୀ। ଅନେକ ଆତଙ୍କବାଦୀ ଭାରତରେ ଆକ୍ରମଣ ‌ଯୋଜନା କରି ପ୍ରବେଶ କରି ସାରିଥିବା ବେଳେ ଆହୁରି ଅନେକ ଆତଙ୍କବାଦୀ ପ୍ରବେଶ ଅପେକ୍ଷାରେ ଅଛନ୍ତି। ଭାରତୀୟ ସେନା ପାକିସ୍ତାନର ଆକ୍ରମଣ ଯୋଜନା ପଣ୍ଡ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଗତ ୨୧ ତାରିଖ ଦିନ ଦୁଇ ପାକିସ୍ତାନୀ ନାଗରିକ ଅନୁପ୍ରବେଶ ବେଳେ ଧରାପଡ଼ିଥିଲେ ଏବଂ ଜେରା ସମୟରେ ସେମାନେ ଲସ୍କର ଆତଙ୍କବାଦୀ ବୋଲି ଜଣାପଡ଼ିଥିଲା। ସେମାନଙ୍କୁ ପିଓକେରେ ସ୍ବତନ୍ତ୍ର ତାଲିମ ଦେଇ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ପଠାଯାଇଥିଲା। ଲେପ୍ଟନାଣ୍ଟ୍‌ ଜେନେରାଲ କେଜେଏସ୍‌ ଧିଲନ କହିଛନ୍ତି, ଜେରା ସମୟରେ ଏହି ଦୁଇ ଆତଙ୍କବାଦୀ ସେମାନଙ୍କ ଷଡ଼ଯନ୍ତ୍ର ଏବଂ ଯୋଜନା ସମ୍ପର୍କରେ କହିଥିଲେ। ସେମାନେ ରାୱଲପିଣ୍ଡି ଦେଇ ସୀମା‌ ଅତିକ୍ରମ କରିଥିଲେ। କାଚେରବନରେ ସେମାନଙ୍କୁ ପାକ୍‌ ସେନା ତାଲିମ ଦେଇଥିଲା।

ସମ୍ବନ୍ଧିତ ଖବର